19.1 C
Bhubaneswar
Monday, November 18, 2024
Homeଓଡିଶାହିଂସା ପାଇଁ ପ୍ରଦୀପଙ୍କ ଖୋଲା ଆହ୍ୱାନ, ପ୍ରସ୍ତୁତ ରଖ ନିର୍ଦ୍ଦେଶ ମାତ୍ରେ ନିଆଁ ଲଗାଇ ଦେବ

ହିଂସା ପାଇଁ ପ୍ରଦୀପଙ୍କ ଖୋଲା ଆହ୍ୱାନ, ପ୍ରସ୍ତୁତ ରଖ ନିର୍ଦ୍ଦେଶ ମାତ୍ରେ ନିଆଁ ଲଗାଇ ଦେବ

ନବରଙ୍ଗପୁର: ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ଏକ ବିସ୍ଫୋରକ ବୟାନ ପଦାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ବନ୍ଦ ପାନଳ ବେଳେ ସେ ହିଂସା କରିବା ପାଇଁ ଖୋଲାଖୋଲି ଭାବେ ଆହ୍ୱାନ ଦେଇଥିବା ଦେଖାଯାଇଛି । ସେ କହିଛନ୍ତି ପେଟ୍ରୋଲ, ଡିଜେଲ ପ୍ରସ୍ତୁତ କରି ରଖ ନିର୍ଦ୍ଦେଶ ମାତ୍ରେ ନିଆଁ ଲାଗଇଦେବ ।
ଆଜି ଖୁଲମଖୁଲା ଏପରି କିଛି ଢଙ୍ଗରେ ମୋବାଇଲ୍ରେ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରଦୀପ ମାଝୀ ଖୋଲାଖୋଲି ଭାବେ ନିଜ ସମର୍ଥକମାନଙ୍କୁ ହିଂସାତ୍ମକ ଆଚରଣ ନିମନ୍ତେ ପ୍ରୋତ୍ସାହନ ଦେଉଥିବା ଶୁଣିବାକୁ ମିଳୁଛି ।
କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ୍ ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking