27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ମନ୍ତବ୍ୟ, ଦେଶରେ ଅସହିଷ୍ଣୁତା ବଢ଼ିଛି: ହମିଦ୍ ଅନ୍‌ସାରୀ

ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ମନ୍ତବ୍ୟ, ଦେଶରେ ଅସହିଷ୍ଣୁତା ବଢ଼ିଛି: ହମିଦ୍ ଅନ୍‌ସାରୀ

ନୂଆଦିଲ୍ଲୀ:  ବୁଧବାର ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ ଆମେରିକୀୟ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍‌ସାରୀ କହିଛନ୍ତି, ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଇବାରେ ଲାଗିଛି । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ୪ଜଣ ଆମେରିକୀୟ ସାଂସଦ, ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର୍‌ଙ୍କ ବ୍ୟତୀତ ଅନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ ମୁଖ୍ୟ ସାମିଲ ଥିଲେ । ଏହା ପୂର୍ବରୁ ମଧ୍ୟ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ ବହୁଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ସମାଲୋଚନା କରିଛନ୍ତି ।

ଇଣ୍ଡିଆନ୍ ଆମେରିକାନ୍ ମୁସ୍‌ଲିମ୍ କାଉନ୍‌ସିଲ୍ (ଆଇଏଏମ୍‌ସି) ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍‌ସାରୀ କହିଥିଲେ, ଦେଶରେ ଲୋକଙ୍କ ଜାତୀୟତାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଏକ ଧର୍ମ ବିଶେଷର ଲୋକଙ୍କୁ ଉସ୍‌କା ଯାଉଛି । ଅସହିଷ୍ଣୁତାକୁ ପ୍ରୋତ୍ସାହିତ କରାଯିବା ସହ ଅସୁରକ୍ଷାର ପରିବେଶ ସୃଷ୍ଟି କରାଯାଉଛି । ‘ଭାରତୀୟ ବହୁଳତାବାଦୀ ସମ୍ବିଧାନର ସଂରକ୍ଷଣ’ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଅନ୍‌ସାରୀ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣାପୂର୍ଣ୍ଣ ଭାଷଣ, ବେନିୟମ ଗତିବିଧି ଏବଂ କଶ୍ମୀରୀ କର୍ମକର୍ତ୍ତା ଖୁରମ୍ ପରଭେଜ୍‌ଙ୍କ ଗିରଫଦାରୀ ପରି ପ୍ରସଙ୍ଗକୁ ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking