34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟଳିଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିପଦ : ନିଃସର୍ତ୍ତ ଯୁଦ୍ଧବିରାମ ପାଇଁ ଉଭୟ ପକ୍ଷ ସହମତ

ଟଳିଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିପଦ : ନିଃସର୍ତ୍ତ ଯୁଦ୍ଧବିରାମ ପାଇଁ ଉଭୟ ପକ୍ଷ ସହମତ

ପ୍ୟାରିସ୍‌: ରୁଷିଆ ଓ ପଡ଼ୋଶୀ ଦେଶ ୟୁକ୍ରେନ୍ ମଧ୍ୟରେ ପୂର୍ବ ସୀମାରେ ଲାଗିଥିବା ଉତ୍ତେଜନାକୁ ନେଇ ଦେଖା ଦେଇଥିବା ଯୁଦ୍ଧ ବିପଦ ଟଳି ଯାଇଛି । ଫ୍ରାନ୍ସ ମଧ୍ୟସ୍ଥତାରେ ରାଜଧାନୀ ପ୍ୟାରିସ୍‌ରେ ବୁଧବାର ଅନୁଷ୍ଠିତ ୮ ଘଣ୍ଟାର ବୈଠକ ପରେ ଉଭୟ ପକ୍ଷ ନିଃସର୍ତ୍ତ ଯୁଦ୍ଧ ବିରାମ ପାଇଁ ସହମତ ହୋଇଛନ୍ତି । ଏହା ବ୍ୟତୀତ ରୁଷିଆ ଓ ୟୁକ୍ରେନ୍ ୨୦୧୯ ପରେ ପ୍ରଥମ ଥର ପାଇଁ ୟୁକ୍ରେନ୍ ସେନା ଓ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ଫ୍ରାନ୍ସ ଓ ଜର୍ମାନୀ ସହିତ ସଂଯୁକ୍ତ ବୟାନ ଜାରୀ ପାଇଁ ରାଜି ହୋଇଛନ୍ତି । ଫ୍ରାନ୍ସ ଓ ଜର୍ମାନୀ ଏହି ଯୁଦ୍ଧ ବିରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସଂଯୁକ୍ତ ବୟାନରେ କୁହାଯାଇଛି, ଉଭୟ ପକ୍ଷ ବିନା ସର୍ତ୍ତରେ ଯୁଦ୍ଧ ବିରାମ ପାଇଁ ସହମତ ହୋଇଛନ୍ତି । ଏହା ବ୍ୟତୀତ ଦୁଇ ସପ୍ତାହ ପରେ ବର୍ଲିନ୍‌ରେ ଏହି ପ୍ରସଙ୍ଗକୁ ନେଇ ଆଉ ଏକ ବୈଠକ ଆୟୋଜିତ ହେବ । ଫ୍ରାନ୍ସ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋଁଙ୍କ ଜଣେ ସହଯୋଗୀ କହିଛନ୍ତି, ଲଗାତାର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଶେଷରେ ଏକ ପଜିଟିଭ୍ ଖବର ସାମ୍ନାକୁ ଆସିଛି ।

ବୈଠକ ପରେ ରୁଷିଆ ଡିପ୍ଲୋମାଟ୍ ଦିମିତ୍ରୀ କୋଜାକ୍ କହିଛନ୍ତି, କେତେକ ବିଷୟ ଉପରେ ଅସହମତି ପରେ ମଧ୍ୟ ସମସ୍ତ ପକ୍ଷଙ୍କୁ ଧ୍ୟାନରେ ରଖି ପୂର୍ବ ୟୁକ୍ରେନ୍‌ରେ ଯୁଦ୍ଧ ବିରାମ ଉପରେ ଆମେ ସହମତ ହୋଇଛୁ । ଦୁଇ ସପ୍ତାହ ପରେ ହେବାକୁ ଥିବା ବର୍ଲିନ୍ ବୈଠକରେ ପ୍ୟାରିସ୍ ବୈଠକ ପରି ଉଭୟ ପକ୍ଷର ଡିପ୍ଲୋମାଟ୍ ଭାଗନେବେ । ଏହି ବୈଠକରେ ରାଷ୍ଟ୍ର ମୁଖ୍ୟଙ୍କୁ ସାମିଲ କରିବାର କୌଣସି ଏଜେଣ୍ଡା ନାହିଁ । କୋଜାକ୍ କହିଛନ୍ତି, ଆମ କଥା ସେମାନେ ଭଲ ଭାବରେ ବୁଝିପାରିଛନ୍ତି ବୋଲି ବିଶ୍ୱାସ । ଆଗାମୀ ଦୁଇ ସପ୍ତାହରେ ଏହାର ରେଜଲ୍ଟ ମଧ୍ୟ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ ୟୁ୍େରକନ୍ ରାଜଦୂତ ଏଣ୍ଡ୍ରି ୟର୍‌ମକ୍ କହିଛନ୍ତି, ଏହି ବାର୍ତ୍ତା ଏତେ ସହଜ ନଥିଲା । ସ୍ଥାୟୀ ଯୁଦ୍ଧ ବିରାମ ପାଇଁ ପରସ୍ପର ସହଯୋଗ ବହୁ ଜରୁରୀ । ସେ ଆହୁରି କହିଥିଲେ, ୨୦୧୯ ପରେ କୌଣସି ପ୍ରସଙ୍ଗକୁ ନେଇ ଆଧିକାରିକ ବିଜ୍ଞପ୍ତି ଉପରେ ଆମେ ସହମତ ହେବା ସବୁଠୁ ମହତ୍ତ୍ୱପୂର୍ଣ୍ଣ ବିଷୟ । ସୂଚନାଯୋଗ୍ୟ, ୟୁକ୍ରେନ୍‌ର ପୂର୍ବ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରିଥିଲା । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା । ୟୁକ୍ରେନ୍ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ବିପଦକୁ ଦୃଷ୍ଟିରେ ରଖି ନାଟୋ ମଧ୍ୟ ସେଠାରେ ସୈନ୍ୟ ଗତିବିଧି ବଢ଼ାଇ ଦେଇଥିଲା । ଏହା ବ୍ୟତୀତ ୮୫୦୦ ଆମେରିକୀୟ ସୈନିକ ମଧ୍ୟ ହାଇ ଆଲର୍ଟରେ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking