27.1 C
Bhubaneswar
Monday, September 23, 2024
Homeଓଡିଶାନବୀନ ଶାସନରେ ମହିଳା ସାମ୍ବାଦିକ ବି ସୁରକ୍ଷିତ ନୁହଁନ୍ତି

ନବୀନ ଶାସନରେ ମହିଳା ସାମ୍ବାଦିକ ବି ସୁରକ୍ଷିତ ନୁହଁନ୍ତି

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଇଟିଭି ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଆକ୍ରମଣ କରିଥିବା ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ କହିଥିଲେ ଯେ ନବୀନ ସରକାରଙ୍କ ମା’କୁ ସମ୍ମାନ ଆହ୍ୱାନ ପ୍ରତାରଣାପୂର୍ଣ୍ଣ ହୋଇଛି । ମହିଳା ସଶକ୍ତିକରଣ ନାମରେ ଯେଉଁ ଡିଣ୍ଡିମ ପିଟାଯାଉଛି କାର୍ଯ୍ୟ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନାହିଁ । ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ସର୍ବସାଧାରଣରେ ଏବଂ ସମସ୍ତ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଯେଭଳି ଭାବରେ ଚାପୁଡ଼ା ମାରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ଆକ୍ରମଣ କହିଲେ ଅତ୍ୟୁକ୍ତ ହେବନାହିଁ । ଅନ୍ୟପକ୍ଷରେ ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ଯେଭଳି ଭାବରେ ଅପମାନିତ କରିଛନ୍ତି ସେଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବା ଆବଶ୍ୟକ । ଯଦି ବା ପୋଲିସ ପକ୍ଷରୁ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି କିନ୍ତୁ ତାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହାକୁ ଦେଖିବାପାଇଁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ନବୀନ ଶାସନରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଅସୁରକ୍ଷିତ । ୟୁନିର୍ଭସିଟି ବା କଲେଜ ହେଉ କୌଣସି ସରକାରୀ ବେସରକାରୀ ଦପ୍ତର ହେଉ ସବୁ କ୍ଷେତ୍ରରେ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । କାରଣ ଦୋଷୀଙ୍କ ଉପରେ ନବୀନ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏଣୁ ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି କହିଲେ ଯେ ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ଆଚରଣ ଏ ରାଜ୍ୟର ସମସ୍ତ ବର୍ଗର ମହିଳାଙ୍କୁ ଆଘାତ ଦେଇଛି । ଯଦି ଜଣେ ମହିଳା ସାମ୍ବାଦିକ ତାଙ୍କର କାର୍ଯ୍ୟକ୍ଷେତ୍ରରେ ଏଭଳି ଅସୁରକ୍ଷିତ ତେବେ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ମହିଳା ମାନେ କେଉଁ ପରିସ୍ଥିତିରେ ଥିବେ ତାହା ଏଥିରୁ ଅନୁମେୟ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପ୍ରକାଶ କରିଥିଲେ ଏବଂ ବିଶେଷକରି ମହିଳା ସାମ୍ବାଦିକ ମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking