25.8 C
Bhubaneswar
Saturday, July 27, 2024
Homeଓଡିଶାସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ :...

ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟକ

ଭୁବନେଶ୍ୱର, : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ଆସନ୍ତା କାଲିଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବା ସହିତ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ରହିଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଏହାର ଏକ ପ୍ରଚାର ପତ୍ର ଗଣମାଧ୍ୟମ ସମ୍ମୁଖରେ ଉନ୍‌ମୋଚନ କଲେ । ଆଜି ପର୍ଯ୍ୟନ୍ତ ୨ ଦଶନ୍ଧିରୁ ଅଧିକ ଧରି ଓଡ଼ିଶାରେ ବିଜେଡ଼ି ସରକାର ଶାସନରେ ଥିଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତିକରୁଛି । ୨ ଲକ୍ଷ ନିଯୁକ୍ତି, ରାଜ୍ୟର ପ୍ରତିବ୍ଲକରେ ୪୫ ପ୍ରତିଶତ ଜଳସେଚନ, ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ସମାଜର ବିଭିନ୍ନ ବର୍ଗର ବରିଷ୍ଠ ନାଗରିକ, ସାମାଜିକ ସୁରକ୍ଷା, କୃଷକର ଆୟ ଦ୍ୱିଗୁଣିତ ହେବା କଥା, ମହିଳାମାନଙ୍କର ସୁରକ୍ଷା, ଦାଦନ ଶ୍ରମିକ ବନ୍ଦ ପ୍ରଥା ଓ ରାଜ୍ୟରେ କୃଷିଭିତିକ ଶିଳ୍ପ କରିବା କଥା ସବୁ ଆଦି ବିଫଳ ହୋଇଛି । ଠିକ୍ ସେହିଭଳି ଭାବରେ ୨୦୧୪ ମସିହା ପୂର୍ବରୁ ଏବଂ ପରେ କେନ୍ଦ୍ର ବିଜେପି ସରକାର ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର କୃଷକ, ଶ୍ରମିକ, ଯୁବକ, ମହିଳା, ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦ୍ୟେଶରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସବୁ ଆଜି ମିଛ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇସାରିଲାଣି । ଏପରିକି ଦରଦାମ୍ ଆଜି ଆକାଶ ଛୁଆଁ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ପାଖାପାଖି ୨୦୧୪ ମସିହା ତୁଳନାରେ ୨ଗୁଣା ବୃଦ୍ଧି ପାଇଛି । ଲୋକମାନଙ୍କର ରୋଜଗାର, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁଁ ବହୁମାତ୍ରାରେ କମିଯାଇଛି । ଭାରତ ବର୍ଷରେ ନୂଆ ଶିଳ୍ପ ପ୍ରତିଷ୍ଠା ପରିବର୍ତେ ୬୬ ଲକ୍ଷରୁ ଅଧିକ ଛୋଟ ଏବଂ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ କାରଖାନାରେ ତାଲା ପଡ଼ିଯାଇଛି । ୬ କୋଟିରୁ ଅଧିକ ଲୋକ ଗରୀବ ସୀମାରେଖା ମଧ୍ୟକୁ ଚାଲିଯାଇଛନ୍ତି । କିନ୍ତୁ ବିଗତ ଦିନରେ ରାଜ୍ୟରେ କଂଗ୍ରେସ ସରକାର ଥିଲାବେଳେ ରାଜ୍ୟରେ ପାରାଦ୍ୱୀପ ବନ୍ଦର ଠାରୁ ଆରମ୍ଭ କରି ମହାନଦୀ ନଦୀ ବନ୍ଦ ଯୋଜନ, ଜଳ ବିଦ୍ୟୁତ ପ୍ରକଳ୍ପ, କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ, ସ୍କୁଲ, କଲେଜ ଓ ୟୁନିଭରସିଟର ପୂର୍ଣ୍ଣାଙ୍ଗ ସ୍ଥାୟୀ ସରକାରୀ ଶିକ୍ଷକ ନିଯୁକ୍ତି ସହିତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲ୍ଲା ସଦରମହକୁମାରେ ଚିକିତ୍ସାଳୟ ଠାରୁ ଆରମ୍ଭ କରି ପଂଚାୟତ ସ୍ତରରେ ମାତୃମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଓଡ଼ିଶାର ବିକାଶ ଏ ଦୁଇ ଦଳର ଅନୁଚୀନ୍ତା ନୁହେଁ । ଏହି ୨ ରାଜନୈତିକ ଦଳର ଓଡ଼ିଶାର କୃଷକ, ଛାତ୍ର, ଯୁବକ, ମହିଳାମାନେ ଶାନ୍ତି, ସୁରକ୍ଷା ସହିତ ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି କରନ୍ତୁ ବୋଲି ତାଙ୍କର ନିଷ୍ଠା ନାହିଁ ।

ମହିଳାମାନଙ୍କର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି ଏବଂ ସର୍ବପରୀ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଦପଦବୀ ତଥା ରାଜ୍ୟର ସର୍ବଶ୍ରେଷ୍ଠ ପଦରେ କଂଗ୍ରେସ ସରକାର ସମୟରେ ବହୁ ମହିଳା ରହିଛନ୍ତି । ରାଜ୍ୟରେ କଂଗ୍ରେସ ପ୍ରତିଷ୍ଠା ହେଲେ ରାଜ୍ୟର ଯୁବକ, କୃଷକ, ଶ୍ରମିକ, ମହିଳା ଓ ବିଶେଷ କରି ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଓ ସଂଖ୍ୟାଲଘ ବର୍ଗଙ୍କର ବିକାଶ ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିବ । ରାଜ୍ୟକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବୁ । ଓଡ଼ିଶାବାସୀ ବିଚାର କରନ୍ତୁ ୨ ଦଶନ୍ଧି ଏକ ଛୋଟ ସମୟ ନୁହେଁ । ଏହି ସମୟ ଭିତରେ ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ଛୁଚିଁ କାରଖାନାଟିଏ କରିନାହାନ୍ତି । କିନ୍ତୁ ୨୩ ବର୍ଷର ମହାଦୁର୍ନୀତିର ଚିଠା ଦେଇଛୁ । ରାଜ୍ୟର ୩୦ ଲକ୍ଷ ପରିବାରର ଚିଟ୍‌ଫଣ୍ଡ କ୍ଷେତିଗ୍ରସ୍ତ । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଇସା ମିଳିଲା ନାହିଁ ଏବଂ ଏହି ମହାଦୃର୍ନୀତିରେ ସଂପୃକ୍ତ ବିଜେଡ଼ି ନେତାମାନଙ୍କୁ ସିବିଆଇ ଗିରଫ ମଧ୍ୟ କରୁନାହିଁ । ରାଜ୍ୟରେ ମନ୍ତ୍ରୀ ଓ ବିଧାୟକ ମାନଙ୍କର ଗୁରୁତ୍ୱ କିଛିନାହିଁ ।
ପ୍ରଦେଶ କଂଗ୍ରେସ କମିଟିର ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ୍ କାନୁନ୍‌ଗୋ କହିଲେ, ଆମେ ଯେଉଁ ପ୍ରଚାର ପତ୍ର ଲେଖିଛୁ ଏବଂ ଜନସାଧାରଣଙ୍କ ପାଖରେ ପହଂଚାଇବୁ । ଯଦି ଏଥିରେ ଗୋଟିଏ ବି ମିଛ ଅଛି ଉଭୟ ଦଳ ଏହାକୁ ଖଣ୍ଡନ କରିବାର ସତ୍‌ସାହସ କରନ୍ତୁ । ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ କଂଗ୍ରେସର ମୁଖପାତ୍ର ମନୋରଞ୍ଜନ ଦାସ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking