27.1 C
Bhubaneswar
Saturday, July 27, 2024
Homeରାଜନୀତିକଂଗ୍ରେସ ଟିକେଟ:ବିଧାନସଭା ପାଇଁ ୨୫୦୦ ଆଶାୟୀଙ୍କ ଅନଲାଇନ

କଂଗ୍ରେସ ଟିକେଟ:ବିଧାନସଭା ପାଇଁ ୨୫୦୦ ଆଶାୟୀଙ୍କ ଅନଲାଇନ

ଭୁବନେଶ୍ଵର: ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ଆଗୁଆ ପାଗ ଭିଡିଲାଣି । ପ୍ରଗମନ୍ ମାଧ୍ୟମରେ ବିଧାନ ସଭା ପାଇଁ ୨୫୦୦ ଆଶାୟୀ କଂଗ୍ରେସର ଟିକେଟ ପାଇଁ ଅନଲାଇନରେ ଆବେଦନ କରିଛନ୍ତି। ୧୯ରେ ଆଶାୟୀଙ୍କ ତାଲିକାକୁ ସଟଲିଷ୍ଟ କରି ଏଆଇସିସିକୁ ପଠାଇବ ଦଳ । ସେପଟେ ବିଜେପି କହିଛି କଂଗ୍ରେସ ପାଖରେ ନେତା ନାହାନ୍ତି ସେମାନେ ବିଜ୍ଞାପନ କାଢ଼ୁଛନ୍ତି । ବିଜେଡି କହିଛି ସାଢ଼େ ୪ କୋଟି ଜନତା ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ମନ ସ୍ଥିର କରିସାରିଲେଣି। ପ୍ରଗମନ୍ ଭରସାରେ ରାଜ୍ୟ କଂଗ୍ରେସ ପ୍ରଗମନ୍ ୱେବସାଇଟ ମାଧ୍ୟମରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗିଥିବା ବେଳେ ଆଜି ଥିଲା ଶେଷ ଦିନ। ପିସିସି ସଭାପତିଙ୍କ ସୂଚନା ଅନୁସାରେ ୧୪୭ ବିଧାନସଭା ଆସନ ଲାଗି ଏବେ ଯାଏଁ ୨୫ ଶହରୁ ଉର୍ଦ୍ଧ୍ବ ଏବଂ ୨୧ ଲୋକସଭା ଲାଗି ୬୭୦ରୁ ଅଧିକ ଆବେଦନ ଆସିଛି । ୧୨ ଏବଂ ୧୩ ତାରିଖରେ ଆବେଦନର ସ୍କୃଟିନି କରାଯିବ । ଏହାପରେ ୧୪ ଏବଂ ୧୫ ତାରିଖରେ ପ୍ରଗମନର ଦ୍ବିତୀୟ ପର୍ୟ୍ୟାୟ ଚୟନ ହେବ । ୧୯ ରେ ପ୍ରଦେଶ କଂଗ୍ରେସ କମିଟିର ବୈଠକ ପରେ ତାଲିକାକୁ ଏଆଇସିସିକୁ ପଠାଯିବ । ଗ୍ବାଲିୟର ମେୟର ପଦବୀ ପାଇଁ ପ୍ରଗମନ ୱେବସାଇଟର ବ୍ୟବହାର କରିଥିଲା କଂଗ୍ରେସ ଏବଂ ସଫଳତା ପାଇଥିଲା। ଓଡ଼ିଶାରେ ମଧ୍ୟ କଂଗ୍ରେସ ସମାନ ଆଶା ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking