36.1 C
Bhubaneswar
Sunday, May 19, 2024
Homeଓଡିଶାଗାନ୍ଧୀ ଓ ଗୋପବନ୍ଧୁଙ୍କ ବିଚାରର ଧାରାକୁ ପ୍ରତ୍ୟେକ ଫଚାୟତ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବ...

ଗାନ୍ଧୀ ଓ ଗୋପବନ୍ଧୁଙ୍କ ବିଚାରର ଧାରାକୁ ପ୍ରତ୍ୟେକ ଫଚାୟତ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବ ରାଜ୍ୟର ବେକାରୀ ଯୁବକଙ୍କୁ ସଂଗଠିତ କରିବ ସେବାଦଳ: ଡ. ଜ୍ଞାନେନ୍ଦ୍ର

ଭୁବନେଶ୍ଵର- ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶ ଓ ବିଗ୍ଧରଧାରାକୁ ଓଡ଼ିଶାର ପ୍ରତ୍ୟେକ ପଂଚାୟତ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ରାଜ୍ୟ କଂଗ୍ରେସ ସେବାଦଳର ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି । ଆଜକୁ ଠିକ୍ ୧୦୦ ବର୍ଷ ତଳେ ଓଡ଼ିଶା, ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ରାଜ୍ୟରେ ଭାଷାଭିତିରେ ପ୍ରଦେଶ କଂଗ୍ରେସ କମିଟି ଗଠନ ନେଇ, ନାଗପୁର କଂଗ୍ରେସ ସମ୍ମିଳନୀରେ ନିଷ୍ପତିକ୍ରମେ ଓଡ଼ିଶାରେ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନେତୃତ୍ବରେ ଗଠିତ ହୋଇଥିଲା ।

 

ସେବାଦଳର ଏକ ଗୌରବମୟ ଇତିହାସ ରହିଛି । ୧୯୩୨ ମସିହାରେ ଓଡ଼ିଶାରେ କଂଗ୍ରେସ ସେବାଦଳର ପ୍ରଥମ ଶିବିର ପୁରୀଠାରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ବରେ ହୋଇଥିଲା ଓ ଡ. ହରେକୃଷ୍ଣ ମହତାବ ଓଡ଼ିଶା କଂଗ୍ରେସ ସେବାଦଳର ପ୍ରଥମ ମୁଖ୍ୟ ସଂଗଠକ ଥିଲେ । ସମୟ ବଦଳି ଯାଇଛି, ମଣିଷ ବଦଳି ଯାଇଛନ୍ତି । ଆମ ଇତିହାସ ଆମ ବିଗରଧାରକୁ ପୁଣି ପୁନଃଜୀବିତ କରିବାପାଇଁ କଂଗ୍ରେସ ସେବାଦଳ, ସଂକଳ୍ପ ବଦ୍ଧ । କଂଗ୍ରେସ ଦଳ କେବଳ ନିର୍ବାଚନ ରାଜନୀତି କରେ ନାହିଁ । ସମାଜକୁ ଆଦର୍ଶଗତ ମାର୍ଗଦର୍ଶନ ଦେଇଥାଏ । ଆଗାମୀ ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଓ ବିଗରଧାରାକୁ ଓଡ଼ିଶାରେ ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ସେବାଦଳ ପଂହାଚାଇବ । ରାଜ୍ୟରେ ଖୁବଶୀଘ୍ର ୬୫୦୦ ଯୁବକଙ୍କୁ ଜିଲ୍ଲା ସ୍ତରରେ ପ୍ରଶିକ୍ଷିତ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟରେ ସହଯୋଗ ପାଇଁ ସମସ୍ତ ଗାନ୍ଧୀବାଦି ଅନୁଷ୍ଠାନକୁ ନିବେଦନ କରାଯିବ । ଡ. ଜ୍ଞାନେନ୍ଦ୍ର ଆହୁରି କହିଲେ ଯେ ଗତ ୨୧ବର୍ଷ ବିଜେଡ଼ି ବିଜେପି ଶାସନରେ ଲକ୍ଷଲକ୍ଷ ବେକାରୀ ଯୁବକ, ରାଜ୍ୟରେ ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ ସଂଗଠିତ କରି ସରକାର, ଋକିରୀ ଦିଅନ୍ତୁ ନହେଲେ ବେକାରୀ ଭତାର ବ୍ୟବସ୍ଥା କରନ୍ତୁ ବୋଲି ଏକ ଆନ୍ଦୋଳନ ଗ୍ରାମାଂଚଳରୁ ସେବାଦଳ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking