39.1 C
Bhubaneswar
Sunday, May 11, 2025
Homeଓଡିଶାଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରା

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରା

ଝାରସୁଗୁଡ଼ା  : ଆଜି ଝାରସୁଗୁଡ଼ାର ଉପନିର୍ବାଚନର ପ୍ରଚାରର ଶେଷ ଦିନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର କରିଛି । ଏହି ଅବସରରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ଓପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ ।
ମନମୋହନ ସ୍କୁଲ ଛକ ଠାରୁ ପଦଯାତ୍ରା ବାହାରି ଝାରସୁଗୁଡ଼ାର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳ ଓ ସହର ପରିକ୍ରମା କରି ଗାନ୍ଧୀ ଗୋଲେଇ ଠାରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରାରେ ଓପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହି, ସି.ଏସ୍‌. ରାଜ୍ଜନ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,
ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ମିହଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ୱାସିର ନୱାଜ, ବାଙ୍କନିଧି ବେହେରା, ସେନ୍ ହେମ୍ବ୍ରମ୍‌, ହରଦିପ୍
ସିଂ, ବୀରେନ୍ ସେନାପତି, ନିରୁପମା ପାତ୍ର, ସ୍ନେହଲତା ଚୌଧୁରୀ ଓ ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ରାଜ୍ୟ ନେତୃମଣ୍ଡଳିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ସଂଜୟ ମହାପାତ୍ର, ମନିଶ୍
ବାଜପେୟୀ, ସନ୍ୟାସିସ୍ ପଟେଲ, ଅଜିତ୍ ପାଣ୍ଡେ, ତନ୍ମୟ ପାଣ୍ଡେ, ସାରୁ ଖାଁନ୍‌, ଜିଲ୍ଲା କଂଗ୍ରେସ ସଭାପତି ରାହୁଲ ଠାକୁର୍‌, ଦଲି କାଙ୍ଗୁଲାଲ୍‌, ଆଦର୍ଶ ଗାନ୍ଧୀ, ପୁରୁଷୋତ୍ତମ ପାଣ୍ଡେ, ବେଲ୍‌ପାହାଡ଼
ମ୍ୟୁନିସ୍‌ପାଲଟି ଅଧ୍ୟକ୍ଷ ନିମାଇ ଚରଣ ପଣ୍ଡା ଏବଂ ଝାରସୁଗୁଡ଼ାର ବହୁ ଛାତ୍ର, ଯୁବ ମହିଳା, କଂଗ୍ରେସ ନେତୃବୃନ୍ଦ, କର୍ମୀ, କଗ୍ରେସ ଶୁଭେଚ୍ଛୁ ସାମଲି ହୋଇ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେଙ୍କୁ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking