27.1 C
Bhubaneswar
Monday, July 21, 2025
Homeଓଡିଶାରାଜ୍ୟରେ ଆଇନ୍ ଅବାଟରେ ଯାଉଛି : କଂଗ୍ରେସ

ରାଜ୍ୟରେ ଆଇନ୍ ଅବାଟରେ ଯାଉଛି : କଂଗ୍ରେସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବାରମ୍ବାର କୁହନ୍ତି ଆଇନ୍ ତା’ ବାଟରେ ଯିବ । କିନ୍ତୁ ଆଇନ୍ ନା ତା’ ବାଟରେ ଯାଉଛି ନା ଅପରାଧୀମାନଙ୍କୁ ଧରିବା ବାଟରେ ଯାଉଛି । ରାଜ୍ୟରେ ସଂଗଠିତ ହେଉଥିବା ଅପରାଧୀମାନଙ୍କୁ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନଙ୍କର ସମ୍ପ୍ରତି ଯୋଗୁଁ ଆଇନ ରାଜ୍ୟରେ ସଂପୂର୍ଣ୍ଣ ଭାବେ ଅବଶ୍ୟରେ ଯାଉଛି ବୋଲି ଆଜି ବିଜୁ ଜନତା ଦଳ ଓ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିଜୁ ଜନତା ଦଳର ବରିଷ୍ଠ ନେତା ମନ୍ତ୍ରୀ ଓ ସାଧାରଣ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରନ୍ତି । ବୋଧହୁଏ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଭାବନ୍ତି ଯେ, ଆଲନ ତା’ ବାଟରେ ପଳେଇବ କିନ୍ତୁ ସେଥିପାଇଁ ବିଜୁ ଜନତା ଦଳର ନେତା, କର୍ମୀମାନେ ଅପରାଧ କରିବାକୁ ପଛଉନାହାଁନ୍ତି ।  ଅପରାଧ ନିୟନ୍ତ୍ରଣ ଥିବା ପୁଲିସ୍ ପ୍ରଶାସନ ଏହି ଶାସକ ଦଳ ସମର୍ଥିତ ଗୁଣ୍ଡାମାନଙ୍କର ସମର୍ଥକ ହୋଇଥିବା ସେ ଅଭିଯୋଗ କରିଥିଲେ ।

ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟରେ ଆଫିଡେବିଟ୍ ଦେଇ ପରୋକ୍ଷରେ ସ୍ଵୀକାର କରିଛନ୍ତି ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା ଓ ନାବାଳିକା ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ସର୍ବାଗ୍ରେ । ନାରୀ ନିର୍ଯ୍ୟାତନାରେ ଅପବାଦ ମୁଣ୍ଡାଇଥିବା ଓଡ଼ିଶା ଯୋଗୁଁ ବୋଧହୁଏ ରାଜ୍ୟ ସରକାର ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ମାମଲାରେ କେସ୍ ଦରଦ ନ କରିବାକୁ ପୁଲିସ୍‌ ପ୍ରଶାସନକୁ ଅଲିଷ୍କୃତ ନିର୍ଦେଶ ଦେଇଛନ୍ତି । ସେଥିପାଇଁ  ରାଜ୍ୟର ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ୍ ଏତଲାକୁ ଦରଜ କରିନଥିଲା । ଅନ୍ୟପଟେ ଶାସକ ଦଳର ବିଧାୟକଙ୍କ ବିରୋଧ ଯୌନ ଶୋଷଣ ମାମଲା ଭୁବନେଶ୍ଵର ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇପାରୁନାହିଁ । ମାନ୍ୟବର ସୁପ୍ରିମ୍‌କୋର୍ଟ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସଙ୍ଗିନ୍ ଦଫା ମାମଲାରେ ପୁଲିସ୍ ଏତଲା ପଞ୍ଜିକରଣ କରିବାକୁ ବାଧ୍ୟ ।

କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ମାମଲାରେ ମଧ୍ୟ ପୁଲିସ୍ ଜାଣିଶୁଣି ଅଭିଯୋଗଗୁଡ଼ିକର ପଞ୍ଜିକରଣ କରୁନାହିଁ, ଯାହା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମାର ଖୋଲା ଉଲଙ୍ଘନ ଏବଂ ପୁଲିସର ଏତାଦୃଶ ମନୋଭାବ ଜାରି ରହିଲେ ରାଜ୍ୟରେ ମହିଳା ଓ ନାବାଳିକାମାନେ ସୁରକ୍ଷିତ ନୁହଁନ୍ତି । ଯେଉଁଥିପାଇଁ ଅସନ୍ତୋଷରୂପ ରାଜ୍ୟରେ ବିଜେଡ଼ି ସେ ବେଟି ବଚାଓ ଭଳି ସ୍ଲୋଗାନ ଆରମ୍ଭ ହୋଇଗଲାଣି । ମହିଳା ସଶକ୍ତିକରଣର ନାରା ଦେଉଥିବା ରାଜ୍ୟ ସରକାର ପ୍ରକୃତରେ ମହିଳାଙ୍କୁ ଶୋଷଣ କରୁଛି । ମମିତା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି, ବେବିନା ଭଳି ବହୁ ଯୁବତୀଙ୍କୁ ହତ୍ୟା କରାଯାଉଛି ଏବଂ ଏ ଘଟଣାର ହତ୍ୟାକାରୀମାନେ ଆଇନର ପରିଧ ଭିତରେ ଆସୁନାହାନ୍ତି । ପ୍ରତ୍ୟେକ ଅପରାଧି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଶାସକ ବିଜୁ ଜନତା ଦଳର ନେତାମନ୍ତ୍ରୀ, ପ୍ରଶାସନ ଓ ପୁଲିସ୍‌ର ପ୍ରସନ୍ନ ଆର୍ଶିବାଦ ଥିବା ଭଳି ମନେ ହେଉଛି । ଅପରାଧୀଙ୍କୁ ଦଣ୍ଡିତ କରିବାକୁ ଗଠିତ ହେଉଥିବା ଏ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଆମ ପୂର୍ବ ପୁରୁଷମାନେ ଦୁଃତ ହେଉଥବେ । ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଓ ମୁଖପାତ୍ର ମନୋରଞ୍ଜନ ଦାସ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking