31.1 C
Bhubaneswar
Sunday, May 19, 2024
Homeଓଡିଶାଏଆଇସିସି ସାଧାରଣ ସମ୍ପାଦକ ରାଜୀବ ସତାଭ ଙ୍କର କରୋନା ରେ ଅକାଳ ବିୟୋଗ ଯୋଗୁଁ​ ଅମର...

ଏଆଇସିସି ସାଧାରଣ ସମ୍ପାଦକ ରାଜୀବ ସତାଭ ଙ୍କର କରୋନା ରେ ଅକାଳ ବିୟୋଗ ଯୋଗୁଁ​ ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ରାଜ୍ୟରେ କରୋନା ମହାମାରୀ ଏବେ ଭୟଙ୍କର ପରିସ୍ଥିତି ରେ ପହଁଚିଛି।ଏହାର ମୁକାବିଲା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ​ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବାର ଥିଲା କିନ୍ତୁ ପୂର୍ବତନ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି,ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କ କାରୋନା ରେ ଅକାଳ ବିୟୋଗ ପାଇଁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ କୁ କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାର ଓ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରସ୍ତାବ କ୍ରମେ ଉପସ୍ଥିତ ଥିବା ସମସ୍ତ ଙ୍କ ସହମତିରେ​ ବାତିଲ କରାଯାଇ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏହି ଶୋକସଭାରେ ସର୍ବପ୍ରଥମେ ସ୍ବର୍ଗତଃ ସତାଭଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଜଣେଇବା ପୂର୍ବକ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା।

​ ​ ​ ​ ​ ଏଥିରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ ପ୍ରକାଶ କରି ସ୍ବର୍ଗତଃ ରାଜୀବ ସତାଭବଙ୍କ ଅକାଳ ବିୟୋଗ କଂଗ୍ରେସ ପରିବାରଙ୍କୁ ମର୍ମାହତ କରିଛି ବୋଲି କହିଥିଲେ। ସମାଜର ଉନ୍ନତି ପାଇଁ ସ୍ବର୍ଗତଃ ସତାଭଙ୍କ ନିରନ୍ତର ପରିଶ୍ରମ ଅତୁଳନୀୟ। ତାଙ୍କର ଏହି ପ୍ରୟାସ କଂଗ୍ରେସକୁ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ଏବଂ ଭବିଷ୍ୟତରେ ପ୍ରେରଣା ଯୋଗାଇବ। ସେ କହିଥିଲେ ତାଙ୍କ ପରି ଜଣେ କର୍ତ୍ତବ୍ୟ ନିଷ୍ଠ, ସମାଜସେବୀ,ପରୋପକାରୀ ମିଷ୍ଟଭାସି ବ୍ୟକ୍ତି ମିଳିବା ଅତ୍ୟନ୍ତ ବିରଳ।କଂଗ୍ରେସ ଦଳ ତାଙ୍କ ପରି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଲା।ଯାହାକି କଂଗ୍ରେସ ଦଳ ପାଇଁ​ ଅପୁରଣୀୟ କ୍ଷତି ।ଏହି ଅବସରରେ ସ୍ବର୍ଗତଃ ସତାଭଙ୍କ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଥିଲେ।

​ ​ ​ ​ ​ ଅନ୍ୟତମ ଅତିଥିଭାବେ ଓଡିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାର ଯୋଗଦେଇ କହିଲେ ସ୍ବର୍ଗତଃ ସତାଭଙ୍କ ସହିତ​ ମୋର ବ୍ୟକ୍ତିଗତ ସମ୍ପର୍କ ଘନିଷ୍ଟ ଥିଲା। ଆମେ ଦୀର୍ଘଦିନ ଧରି କଂଗ୍ରେସ ପାଇଁ ଏକାଠି କାର୍ଯ୍ୟ କରିଛୁ।ତାଙ୍କ ଭଳି ସ୍ନେହୀ ଅନୁଜ ଙ୍କୁ ହରାଇ ମୁଁ ମର୍ମାହତ।କଂଗ୍ରେସ ଦଳ ଜଣେ ସଚ୍ଚା ଯୁବନେତାଙ୍କୁ ହରାଇଲା।ଛାତ୍ର ଜୀବନରୁ ରାଜନୀତି ରେ ବିଭିନ୍ନ ପଦପଦବୀରେ ରହି ନିଷ୍ଠାର ସହ ସୁଚାରୁରୂପେ କାର୍ଯ୍ୟକରିଆସୁଥିଲେ।ଭାରତରେ କଂଗ୍ରେସ ଦଳକୁ ଲୋକାଭିମୁଖୀ ଓ ସୁସଙ୍ଗଠିତ କରିବା ଲାଗି ସର୍ବଦା ଚେଷ୍ଟା ଜାରି ରଖିଥିଲେ।

​ ​ ​ ସେହିପରି ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଯୋଗଦେଇ ଅତି ଘନିଷ୍ଠବନ୍ଧୁ ରାଜୀବ ସତାଭ ଙ୍କୁ ହରାଇ ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଥିଲେ।ଶ୍ରୀ ରାଜୁ କହିଥିଲେ​ କଠିନ ପରିଶ୍ରମ ଓ ଜନସେବା ଦ୍ୱାରା ସ୍ବର୍ଗତଃ ସତାଭ କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହୋଇପାରିଥୁଲେ।

​ ​ ​ ଆଜି ଭିଡ଼ିଓ କଂଫେରେନ୍ସିଂଗ ଦ୍ୱାରା ଅନୁଷ୍ଠିତ ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ,କୋରାପୁଟ ସାଂସଦ ସପ୍ତଗିରି ଉଲାକା,ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି,ସନ୍ତୋଷ ସିଂ ସାଲୁଜା,ମହମ୍ମଦ ମୁକିମ, ସି ଏସ ରାଜନ ଏକା,ରାଜ୍ୟକଂଗ୍ରେସ କୋଭିଡ କଣ୍ଟ୍ରୋଲ ରୁମ​ ସଂଯୋଜକ ପଦ୍ମାକର ଗୁରୁଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଗଣ ଓ ସମସ୍ତ ଜିଲ୍ଲା ଦାୟିତ୍ୱରେ ଥିବାପର୍ଯ୍ୟବେକ୍ଷକ ଗଣ ଯୋଗଦେଇ ସ୍ବର୍ଗତଃ ସତାଭଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

​ ​ ​ ​ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ଶୋକସଭା କାର୍ଯ୍ୟକ୍ରମକୁ​ ଓଡିଶା କଂଗ୍ରେସ ସାମାଜିକ ଗଣ ମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ତଥା ପିସିସି ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ଶ୍ରୀ ଦୀପକ କୁମାର ମହାପାତ୍ର ଓ ପିସିସି ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ଚେତନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

​ ​ ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ବାତିଲ ହୋଇଥିବା ଜରୁରୀ ବୈଠକ ଆସନ୍ତା କାଲି ଦିନ ୧୧ ଟାରେ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ଏବଂ ଆସନ୍ତା କାଲି ଅନୁଷ୍ଠିତ ଜରୁରୀ ବୈଠକ ରେ ପିସିସି କାର୍ଯ୍ୟକାରୀ ସଭାପତି ଦ୍ବୟ ,ପିସିସି , ବିଧାୟକ ଗଣ, ସାଂସଦ, ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି ,ପ୍ରତ୍ୟେକ ଜିଲ୍ଲା ଦାୟିତ୍ୱରେ ଥିବା କଂଗ୍ରେସ ପର୍ଯ୍ୟବେକ୍ଷକ ଗଣ ଓ ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଆଉ ପ୍ରକୋଷ୍ଠ ର ମୁଖ୍ୟ ମାନଙ୍କୁ ଯୋଗଦେବା ପାଇଁ ପିସିସି ପକ୍ଷରୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking