28.3 C
Bhubaneswar
Monday, May 19, 2025
Homeଓଡିଶାକାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

କାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର : ଦଳୀୟ କାରଣଦର୍ଶାଅ ନୋଟିସର ଉତ୍ତର ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ତାଙ୍କ ଉତ୍ତର ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କୁ ଦେଇଥିବା କହିଛନ୍ତି । କୌଣସି ଭୁଲ୍ ନକରି ଦଳ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଦେଇଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସ ନେତୃତ୍ବ ଉପରେ ବର୍ଷିଛନ୍ତି । ତାଙ୍କୁ ବାରମ୍ବାର ନୋଟିସ୍ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସୁରେଶ କହିଛନ୍ତି । ଏନେଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜଣାଇବେ । ସେ ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ବିଶୃଙ୍ଖଳା ଅଭିଯୋଗରେ ବିଧାୟକ ମହମ୍ମଦ ମୋକିମ୍ ଓ ସୁରେଶ ରାଉତରାୟଙ୍କୁ ପିସିସି ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା । ଯାହାର ଜବାବ ଦେଇଛନ୍ତି ସୁରେଶ ରାଉତରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking