37.1 C
Bhubaneswar
Friday, May 17, 2024
Homeଓଡିଶାଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ନେତା ନାରାୟଣ ଜେନା ବିଜେଡିରେ ସାମିଲ

ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ନେତା ନାରାୟଣ ଜେନା ବିଜେଡିରେ ସାମିଲ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ଦଳର ଉପସଭାପତି ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ ।

ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତଥା କନକପୁର ସମବାୟ ସମିତି ସଭାପତି ଅଜୟ କୁମାର ରାଉଳ, କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପର୍ଶୁରାମ ଭଟ୍ଟ, କନକପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ସେଠୀ, ଗୋବିନ୍ଦପୁର ପାଣିପଞ୍ଚାୟତର ସଭାପତି ରଶ୍ମିରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ନୃସିଂହ ଚରଣ ଲେଙ୍କା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଭଟ୍ଟ, ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ଶୁଭ୍ରଜିତ ଲେଙ୍କା, ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଦେବୀ ପ୍ରସାଦ ରାଉଳ ଓ ଦୀନେଶ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking