ଭୁବନେଶ୍ବର : ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁୁ ମାଡି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ି ଗଲାଣି। ତେବେ ଜୟପୁରରୁ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ବିଜୟ ହାସଲ କରିଛନ୍ତିି । ୧୨ ହଜାର ୯୯୭ ଭୋଟରେ ଜିତିଛନ୍ତି ତାରାପ୍ରସାଦ ।