ମୟୂରଭଞ୍ଜ : ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ। ବାରିପଦା ସହର ମଧ୍ୟରେ ଥିବା ଗୋପବନ୍ଧୁ ଭବନ ପ୍ରଶାସନିକ ତଥା ସରକାରୀ ଅବହେଳା କାରଣରୁ ଏବେ ଅବହେଳିତ ହୋଇ ପରିସ୍ରାଗାର ସାଙ୍ଗକୁ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ପ୍ରାଣପ୍ରତିଷ୍ଠାତା। ଶିକ୍ଷା, ସଂସ୍କୃତି, ସାହିତ୍ୟ, ରାଜନୀତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତେବେ 1910 ରୁ 1912 ମସିହା ୨ବର୍ଷ ଧରି ବାରିପଦାର ଏହି ଘରେ ରହିଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କର ରହଣି ମଧ୍ୟରେ ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ଭାବେ ଦାୟିତ୍ବନିର୍ବାହ କରିଥିଲେ। ବାରିପଦାରେ ଶିକ୍ଷାର ପ୍ରସାର ଦିଗରେ ତାଙ୍କର ଅବଦାନ ଚିରସ୍ମରଣୀୟ। ବାରିପଦାରେ ରହଣି ପାଇଁ ବାରିପଦା ମାଟି ଆଜିବି ଗର୍ବିତ। ପରବର୍ତ୍ତୀ ସମୟରେ ରହିଥିବା ଘରଟି ଗୋପବନ୍ଧୁ ଭବନ ଭାବେ ପରିଚିତ ହୋଇଥିଲା। ଏବଂ ଏଠାରେ ଏକ ପାଠାଗାର ଆରମ୍ଭ କରାଯାଇଥିଲା। ତେବେ ଆଜି ଅବହେଳିତ ଅବସ୍ଥାରେ ପରିସ୍ରାଗାର ସହିତ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କୁ ପୁନର୍ଦ୍ଧାର ପାଇଁ ୩ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସସଭାପତି ନେତୃତ୍ୱରେ ବହୁ ଦଳୀୟ କର୍ମୀମାନେ ଅଂଶ ଗ୍ରହଣ କରିଥିଲା ବେଳେ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସାମିଲ ହୋଇଥିଲେ।
*ବାଇଟ* -ସୁଦର୍ଶନ ଦାସ,ରାଜ୍ୟ ପ୍ରବକ୍ତା କଂଗ୍ରେସ।