ମୟୁରଭଞ୍ଜ: ୪ ଦିନରେ ପହଞ୍ଚିଲା ଡାକ ସେବକ ସଂଘର ଆନ୍ଦୋଳନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଡାକ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଡାକ ସେବକ ସଂଘ। ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନରେ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟରେ ସାମିଲ ହୋଇଛି ମୟୂରଭଞ୍ଜ ଜିଲ୍ଲା ଡାକ ସେବକ ସଂଘ | ଡାକ ସେବକ ସଂଘର ଆନ୍ଦୋଳନ ଯୋଗୁଁ ଡାକସେବା ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଡାକ ସେବକ ସଂଘ ପକ୍ଷରୁ ଉପସ୍ଥାପିତ ଦାବୀଗୁଡିକ ଗୁଡିକ ହେଉଛି ୧- ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ଦାବୀ, ୨- ନିୟମିତ କର୍ମଚାରୀଙ୍କ ପରି ୧୨, ୨୪ ଓ ୩୬ ବର୍ଷର ପଦୋନ୍ନତୀ, ୩- ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ, ୪- ଗ୍ରାଚ୍ୟୁଟି ୫ ଲକ୍ଷ ଓ ଗ୍ରୁଫ୍ ଇସ୍ୟୁରେନ୍ସ ୫ ଲକ୍ଷ ଦାବୀ, ୫- ୧୮୦ ଦିନ କାର୍ଯ୍ୟଦିବସ ଛୁଟି ଏନକେସମେଣ୍ଟ, ୬- ଟାର୍ଗେଟ୍ ନାମରେ ସେବକମାନଙ୍କୁ ମାନସିକ ନିର୍ଯ୍ୟାତନା ବନ୍ଦ ଓ ୭- ସମାନ କାମକୁ ସମାନ ଦରମା ତଥା ଗ୍ରାମୀଣ ଡାକ ସେବକ ଓ ତାଙ୍କ ପରିବାର ବର୍ଗଙ୍କ ସ୍ବାସ୍ଥ୍ୟବୀମା ଲାଗୁ କରିବା |
ତେବେ ଉପସ୍ଥାପିତ ୭ ଦଫାଦାବି ନେଇ ଆଜି ରାଇରଙ୍ଗପୁର ପ୍ରଧାନ ଡାକଘର କାର୍ଯ୍ୟାଳୟ ପରିସରରେ ଓଲ ଓଡିଶା ଗ୍ରାମୀଣ ଡାକ ସେବକ ସଂଘ ମୟୂରଭଂଜ ଶାଖା ତରଫରୁ ରାଇରଙ୍ଗପୁର ଡିଭିଜନ ସଂପାଦକ ଅର୍ଜୁନ କୁମାର ମହାନ୍ତଙ୍କ ନେତୃତ୍ବରେ ଧାରଣାରେ ବସିଛି ସଂଘ | ଯେତେଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି, ଧର୍ମଘଟ ସକାଳ ୯ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂପାଦକ ସୂଚନାଦେଇ କହିଛନ୍ତି | ସୂଚନାଯୋଗ୍ୟ, ଜିଲ୍ଲାର ୨୬୮ ଶାଖା ପୋଷ୍ଟ ଅଫିସ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଏହି ଧର୍ମଘଟରେ ସାମିଲ ରହିଛନ୍ତି | ଏଥିରେ ମୁଖ୍ୟତଃ ଭାବେ ଗ୍ରାମୀଣ ଡାକ କର୍ମଚାରୀ ରସାନନ୍ଦ ମହାନ୍ତ, ସୁଧନ୍ୟ ପରମାଣିକ, ଲୀନା ପାତ୍ର, କଳ୍ପନା ମାରାଣ୍ଡି, ଲଳିତ କୁମାର ମହାନ୍ତି, ସ୍ବରାଜ କୁମାର ମହାନ୍ତି, ଲୋହିତ କୁମାର ମହାନ୍ତ, ଅନ୍ତର୍ଯ୍ୟାମୀ ବେସ୍ରା, ଡମନ ମୁର୍ମୁ, ଛିତା ହାଁସଦାଃ, ସୁପନ କୁମାର ମହାନ୍ତ, କାହ୍ନୁଚରଣ ମାଝୀ, ଯଶୋଦା ମହାନ୍ତ, ସସ୍ମିତା ନାଏକ, ଦୁଖୁରାମ ମୁର୍ମୁ, ସୁନନ୍ଦା ସେଠୀ ଓ ବେଣୁଧର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି।