27.1 C
Bhubaneswar
Tuesday, July 22, 2025
Homeବ୍ରେକୀଙ୍ଗଅସ୍ତ୍ରୋପଚାର ସମୟରେ ଡାକ୍ତର କାଟିଦେଲେ ଖାଦ୍ୟନଳୀ

ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟିଦେଲେ ଖାଦ୍ୟନଳୀ

ଭୁବନେଶ୍ୱର : ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର କାରଣରୁ ମହିଳା ଗୁରୁତର। ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଇଥିବା ମହିଳାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଫଳରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ , ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଅସ୍ତ୍ରୋପଚାର କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking