28.1 C
Bhubaneswar
Saturday, July 27, 2024
Homeଖେଳକପିଳ ଦେବଙ୍କ ସମକକ୍ଷହେଲେ ଜାଡେଜା

କପିଳ ଦେବଙ୍କ ସମକକ୍ଷହେଲେ ଜାଡେଜା

ନୂଆଦିଲ୍ଲୀ : ଭାରତର ତାରକା ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ୫ ଶହ ୱିକେଟ୍ ପୂରଣ କରିବା ପରେ ଦେଶ ପାଇଁ ପ୍ରଥମ ବିଶ୍ୱକପ୍ ଜିତିଥିବା କିମ୍ବଦନ୍ତୀ ଅଲ୍‌ରାଉଣ୍ଡର୍ କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି । ସେ ଭାରତର ଦ୍ୱିତୀୟ କ୍ରିକେଟର୍ ଭାବେ ୫ ଶହ ୱିକେଟ୍ ଓ ୫ ହଜାର ରନ୍ ପୂରଣ କରିଛନ୍ତି । ପୂର୍ବରୁ ୨୯୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ହଜାର ୪୨୭ ରନ୍ କରିସାରିଥିବା ବେଳେ ବୁଧବାର ଅଷ୍ଟ୍ରେଲୀୟ ଓପନର ଟ୍ରେଭିସ୍ ହେଡ୍‌ଙ୍କୁ ଏଲ୍‌ବିଡବ୍‌ଲ୍ୟୁ ଆଉଟ୍ କରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫ ଶହ ୱିକେଟ୍ ପୂରଣ କରିଥିଲେ । ସେ ୨୪୧ ଇନିଂସରେ ୩୩.୨୯ ହାରରେ ଉପରୋକ୍ତ ରନ୍ କରିଥିବା ବେଳେ ଏଥିରେ ୩୧ଟି ଅର୍ଦ୍ଦଶତକ ଓ ୩ଟି ଶତକ ରହିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଜାଡେଜା ଅପରାଜିତ ୧୭୫ ରନ୍‌ର ଇନିଂସ ଖେଳିଛନ୍ତି, ଯାହାକି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେହିପରି ୨୯୮ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୨୯.୩୫ ହାରରେ ୩.୫୧ ଇକୋନୋମି ସହ ୫୦୩ଟି ୱିକେଟ୍ ନେଇସାରିଛନ୍ତି । ଗୋଟିଏ ଇନିଂସରେ ୪୨ ରନ୍‌ରେ ୭ଟି ୱିକେଟ୍ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଅନ୍ୟପକ୍ଷରେ କପିଳ ଦେବ ୩୫୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮୨ ଇନିଂସରେ ୨୭.୫୩ ହାରରେ ୯ ହଜାର ୩୧ ରନ୍ କରିଛନ୍ତି, ଯେଉଁଥିରେ ୯ଟି ଶତକ ଓ ୪୧ଟି ଅର୍ଦ୍ଧଶତକ ରହିଛି । ଏହାଛଡ଼ା ସେ ବୋଲିଂରେ ୬୮୭ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ୮୩ ରନ୍‌ରେ ୯ ୱିକେଟ୍‌ର ସଫଳତା ଶ୍ରେଷ୍ଠ ପ୍ରଦର୍ଶନ । କପିଳ ଦେବ ଓ ଜାଡେଜାଙ୍କ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ବିରଳ କ୍ଲବ୍‌ରେ ପୂର୍ବରୁ ପାକିସ୍ତାନର ୱାସିମ୍ ଆକ୍ରମ୍‌, ଇମ୍ରାନ୍ ଖାନ୍ ଓ ଶାହିଦ୍ ଆଫ୍ରିଦି, ବାଂଲାଦେଶର ସାକିବ୍‌-ଅଲ୍‌-ହସନ୍‌, ନ୍ୟୁଜିଲାଣ୍ଡ୍‌ର ଡାନିଏଲ୍ ଭିଟ୍ଟୋରୀ, ଇଂଲଣ୍ଡର ଇଆନ୍ ବୋଥାମ୍‌, ସାଉଥ୍ ଆଫ୍ରିକାର ଶେନ୍ ପଲକ୍ ଓ ଜ୍ୟାକ୍ କାଲିସ୍ ଏବଂ ଶ୍ରୀଲଙ୍କାର ଚାମିନ୍ଦା ଭାସ୍ ସାମିଲ୍ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking