34.1 C
Bhubaneswar
Sunday, June 8, 2025
Homeଓଡିଶାଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ

ଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ

ଗୋପାଳପୁର : ଗୋପାଳପୁର ଅଞ୍ଚଳରେ ବୁଧବାର ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ଏନଟିସିପି ପକ୍ଷରୁ ଗୁଟକା ଯାଞ୍ଚ ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସଚେତନ କରାଯାଇଥିବା ଜଣାପଡିଛି । ସୂଚନା ଯେଗ୍ୟ, ସ୍କୁଲ ଓ କଲେଜ ନିକଟରେ ଘୁଟୁକା ବିକ୍ରି କରୁଥିବା ବେଳେ ବହୁ ଛାତ୍ର ମାନେ ସେବନ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପ୍ରକାରେ ଆଜି ଏକ ଡ୍ରଗ ସ୍କ୍ୱାଡ୍, ଫୁଡ୍ ସେଫ୍ଟି ଓ ଗୋପାଳପୁର ପୁଲିସ ମିଳିତ ଭାବେ ସ୍ଥାନୀୟ ମାଣ୍ଡିଆପଲ୍ଲି, ରଙ୍ଗେଇଲୁଣ୍ଡା ଓ କରାପଲ୍ଲୀ ଗ୍ରାମର ସ୍କୁଲ ଓ କଲେଜ୍ ନିକଟରେ ଥିବା ପାନ ଦୋକାନ ଓ ଆଖ ପାଖରେ ଥିବା ପ୍ରାୟ ୪୦ଟି ଦୋକାନ ଯାଞ୍ଚ କରିବା ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ଜଣାପଡିଛି । ଯାଞ୍ଚ ବେଳେ ଏନଟିସିପିର ଅନନ୍ତ କୁମାର ନାୟକ, ଫୁଡ୍ ସେଫ୍ଟିର ଚିନ୍ମୟ ପାଢ଼ୀ, ଗୋପାଳପୁର ଥାନାର ଏଏସଆଇ ପ୍ରଶାନ୍ତ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ରହି ଦୋକାନୀଙ୍କୁ ସଚେତନତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking