29.1 C
Bhubaneswar
Saturday, May 31, 2025
Homeଓଡିଶାକଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ନୟାଗଡ: ଜଣେ ବୟଫ୍ରେଣ୍ଡ୍‌ଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇ ଜନୈକା କଲେଜଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନୟାଗଡ଼ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନୟାଗଡ଼ ବ୍ଲକ ଇଟାମାଟି ଥାନା ଅଞ୍ଚଳର ଜଣେ ଯୁବକଙ୍କ ଏକତରଫା ପ୍ରେମର କରୁଣ ପରିଣତିରେ ଫସିଯାଇଥିଲେ କଲେଜଛାତ୍ରୀ ସୋନାଲିକା । ଇଟାମାଟି ଥାନା ଗୋବିନ୍ଦପୁର ଗାଁର ଏହି କଲେଜଛାତ୍ରୀ ନିରୁପାୟ ହୋଇ ଶେଷରେ ଜୀବନ ହାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଇଟାମାଟି ଥାନା ଗୋବିନ୍ଦପୁର ଗାଁ କୁଳମଣି ରାଉତଙ୍କ ଝିଅ ସୋନାଲିକା ରାଉତ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତତିନି କଳାରେ ପାଠ ପଢୁଥିବା ବେଳେ ବୋଦାପଡ଼ା ଗାଁର ଯୁବକ ନିରଞ୍ଜନ ପରିଡାଙ୍କ ସହ ସମ୍ପର୍କରେ ଆସିଥିଲେ ।

ସୋନାଲିକା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ନିରଞ୍ଜନ ପରିଡା ତାଙ୍କର ସରଳତାର ସୁଯୋଗ ନେଇ ଫଟୋ ଉଠାଇ ଫଟୋ ସହ ନିଜର ଫଟୋ ଯୋଡି ବ୍ଲାକ୍‌ମେଲିଂ କରିଥିବା ସୋନାଲିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୋନାଲିକା ନିକଟରେ ପୋଷ୍ଟମାଷ୍ଟର ପାଇଁ ନିଯୁକ୍ତି ପାଇଥିବା ବେଳେ ସୋନାଲିକାଙ୍କୁ ବିବାହ କରିବା ପାଇଁ ନିରଞ୍ଜନ କହିଥିଲା । ବିବାହ ପ୍ରସ୍ତାବରେ ସୋନାଲିକା ରାଜି ନହେବାରୁ ଏକତରଫା ଭଲ ପାଉଥିବା ନିରଞ୍ଜନ ଏକ ମାସ ହେଲା ସୋନାଲିକାଙ୍କୁ ବାରମ୍ବାର ଫୋନ୍‌କରି ବିଭିନ୍ନ ପ୍ରକାର ଧମକଦେବା ସହ ଫଟୋ ଦେଖାଇ ବ୍ଲାକ୍ ମେଲିଙ୍ଗ କରୁଥିବା ଅଭିଯୋଗ ହୋଇଛି । ନିରଞ୍ଜନ ବାରମ୍ବାର ଫୋନ୍‌ରେ ଧମକ ଦେବାରୁ ନିରୂପାୟ ହୋଇ ଶେଷରେ ସୋନାଲିକା ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ଅଭିଯୋଗ ପାଇଁ ଇଟାମାଟି ଥାନା ପୁଲିସ ସୋନାଲିକାଙ୍କ ମୃତଦେହ ଜବତକରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking