26.1 C
Bhubaneswar
Monday, June 30, 2025
Homeଦେଶ ବିଦେଶଯୁବତୀଙ୍କ ହାତକୁ ଧରି ଅଟୋରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଲା ଅପରାଧି

ଯୁବତୀଙ୍କ ହାତକୁ ଧରି ଅଟୋରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଲା ଅପରାଧି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ଅସଦାଚରଣ। ଫିଲ୍ମ ଷ୍ଟାଇଲ୍ ରେ ହାତକୁ ଧରି ଅଟୋରେ ଘୋଷାରିଲା ୫୦୦ ମିଟର। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ। ଘଟଣା ଅକ୍ଟୋବର ୧୪ ତାରିଖ ୬.୪୫ ସମୟରେ ଘଟିଛି। ୨୧ ବର୍ଷୀୟା ଯୁବତୀ ଜଣକ କଲେଜ୍ ଯାଉଥିବା ବେଳେ ଜଣେ ଅଟୋ ଡ୍ରାଇଭର ତାଙ୍କୁ କମେଣ୍ଟ ମାରିଥିଲେ। ଯୁବତୀ ଜଣଙ୍କ ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ ହଠାତ୍ ଯୁବତୀଙ୍କ ହାତକୁ ଧରି ପକାଇ ଅଟୋ ଭିତରକୁ ଟାଣି ନେଇଥିଲେ। ତେବେ ଅଧା ଟଣା ଅବସ୍ଥାରେ ଅଟୋ ଡ୍ରାଇଭର ଅଟୋ ଷ୍ଟାଟ୍ କରିଦେଇଥିଲେ। ଫଳରେ ୫୦୦ ମିଟର ପର‌୍ୟ୍ୟନ୍ତ ଯୁବତୀ ଜଣଙ୍କ ଅଟୋରେ ଘୋଷାରି ହୋଇଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ପୁଲିସ ଅଫିସର ଜୟରାମ ରାଣାୱାରେ କହିଛନ୍ତି ଯେ କମେଣ୍ଟମରାକୁ ନେଇ ଯୁବତୀ ପଚାରିବାରୁ ଅଟୋ ଡ୍ରାଇଭର ଏଭଳି କାଣ୍ଡ ଘଟାଇଛି। ସିସିଟିଭି କଏଦ୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ଯୁବତୀ ଜଣଙ୍କ ପ୍ରାୟ ୫୦୦ ମିଟର ଟାଣି ହୋଇଯିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା । ଏହି ଘଟଣାରେ ଆପିସି ଧାରା ୩୫୪ ସହ ଅନ୍ୟାନ୍ୟ ପ୍ରଯୁଜ୍ୟା ଧାରା ଲଗାଯାଇ ତଦନ୍ତ କରାଯାଉଛି। ଅଟୋ ଡ୍ରାଇଭର ଏବେ ବି ଫେରାର ଅଛି। ତାକୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking