34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଛୁଟି ନ ମିଳିବାରୁ ସହକର୍ମୀଙ୍କୁ ଛୁରାମାଡ଼: ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲିଲେ ଅଭିଯୁକ୍ତ

ଛୁଟି ନ ମିଳିବାରୁ ସହକର୍ମୀଙ୍କୁ ଛୁରାମାଡ଼: ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲିଲେ ଅଭିଯୁକ୍ତ

କୋଲକାତା: ଚାକିରିରୁ ଛୁଟି ନ ମିଳିବାକୁ ନେଇ ଜଣେ ବ୍ୟକ୍ତି ଏତେମାତ୍ରାରେ ଉତ୍‌କ୍ଷିପ୍ତ ହୋଇପଡିଛନ୍ତି ଯେ, ନିଜ ସହକର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଲହୁଲୁହାଣ କରିପକାଇଛନ୍ତି। କେବଳ ସେତିକି ନୁହେଁ ରକ୍ତ ଲାଗିଥିବା ଛୁରୀକୁ ଧରି ସେ ରାସ୍ତାରେ ମଧ୍ୟ ବେଧଡକ ବୁଲିଛନ୍ତି। ଗୁରୁବାର ଅପରାହ୍ନରେ କୋଲକାତାର ନ୍ୟୁଟାଉନ ଅଞ୍ଚଳରେ ଏପରି କିଛି ଘଟିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଅମିତ କୁମାର ସରକାର ନାମକ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ସରକାରଙ୍କ ଅଧୀନସ୍ଥ ବୈଷୟିକ ଶିକ୍ଷା ବିଭାଗରେ କାର୍ଯ୍ୟ କରନ୍ତି। ନିଜର କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ସେ ଦୀର୍ଘ ସମୟ ଧରି ଛୁଟି ଆବେଦନ କରିଆସୁଥିଲେ ମଧ୍ୟ ଏହାକୁ ବାରମ୍ବାର ଖାରଜ କରିଦିଆଯାଉଥିଲା। ତେବେ ଗତକାଲି ମଧ୍ୟ ତାଙ୍କର ଛୁଟି ଆବେଦନ ଖାରଜ ହୋଇଯିବାରୁ ସେ ଏତେମାତ୍ରାରେ ରାଗି ଯାଇଥିଲେ ଯେ, ସେ ତାଙ୍କର ଜଣେ ସହକର୍ମୀଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ ଏବଂ ହଠାତ୍ ଏକ ଛୁରୀ ବାହାର କରି ସେହି ସହକର୍ମୀଙ୍କୁ ଆକ୍ରମଣ ମଧ୍ୟ କରିବାକୁ ଉଦ୍ୟମ କରିଥିଲେ।

ତେବେ ତାଙ୍କୁ ଅଟକାଇବା ପାଇଁ କିଛି କର୍ମଚାରୀ ଚେଷ୍ଟା କରିଥିବା ବେଳେ ଅମିତ୍ କୁମାର ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏପରିକି କାର୍ଯ୍ୟାଳୟର ଜଣେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସେ ଛୁରାମାଡ଼ କରିଥିଲେ। ଅମିତ୍‌ଙ୍କ ଛୁରାଘାତରେ ପ୍ରାୟ ୪ଜଣ ଆହତ ହୋଇଥିବା ପୁଲିସ୍ କହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଅଫିସ୍ ଭିତରେ ନିଜ ସହକର୍ମୀଙ୍କୁ ଆକ୍ରମଣ କରିସାରିବା ପରେ, ଅମିତ୍ ରାସ୍ତାକୁ ଚାଲିଆସି ଛୁରୀ ହଲାଇବା ଆରମ୍ଭ କରିଦେଲେ। ଏହି ସମୟରେ ଲୋକମାନେ ତାଙ୍କୁ ଛୁରୀ ଫୋପାଡ଼ିବାକୁ କହିଥିଲେ, କିନ୍ତୁ ସେ କାହାରି କଥା ଶୁଣି ନଥିଲେ ଏବଂ କାହାରି ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ବୁଝାସୁଝା କରିବାରୁ ସେ ଶାନ୍ତ ପଡ଼ିଥିଲେ ଏବଂ ଛୁରୀକୁ ଫିଙ୍ଗିଥିଲେ। ପରେ ପୁଲିସ୍ ତାଙ୍କୁ ଟେକ୍ନୋ ସିଟି ଥାନାକୁ ନେଇଯାଇଥିଲା। ଏବେ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅମିତ୍‌ଙ୍କ ମା’ ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ ଅମିତ୍ ଛୁଟିରେ ରହିବାକୁ ଚାହୁଁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking