19.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ମିଳିବ ସହାୟତା । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬୮୦୦ ଇନପୁଟ୍ ସବସିଡି । ଜଳସେଚିତ ଜମି ପାଇଁ ୧୩,୫୦୦ ବାରମାସୀ ଫସଲ ପାଇଁ ୧୮ ହଜାର ଘୋଷଣା ହୋଇଛି । ବାରମାସୀ ଫସଲ ମଧ୍ୟରେ ଆମ୍ବ, କାଜୁ, ନଡିଆ, ପାନ ଅନ୍ତର୍ଭୁକ୍ତ । ସମସ୍ତ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ମିଳିବା ନେଇ ଘୋଷଣା ହୋଇଛି । ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ପାଇଁ ୧ ହଜାର ମିଳିବ । ବନ୍ୟା ପ୍ରଭାବିତ ଅଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକଟ ମିଳିବ । ୫୦ ପ୍ରତିଶତ ସବସିଡିରେ ୨ ହଜାର ପମ୍ପସେଟ ଯୋଗାଇ ଦିଆଯିବ । କ୍ଷତିଗ୍ରସ୍ତ ଜିୁଲ୍ଲାକୁ ୧୦ କୋଟିର ଫାର୍ମ ମେକାନାଲାଇଜେସନ ସବସିଡି ମିଳିବ । ପ୍ରତ୍ୟେକ ୧୩୦ ଟଙ୍କାର ୧ ଲକ୍ଷ ଚାଷୀଙ୍କୁ ପରିବା ମଂଜି କିଟ୍ ମିଳିବ । ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କାର ଶୀଘ୍ର ଅମଳକ୍ଷମ ମଂଜି କିଟ୍ ମିଳିବ । ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking