14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବିଜୟଙ୍କ ରାଲିରେ ଦଳାଚକଟା, ବଢୁଛି ମୃତ୍ୟୁସଂଖ୍ୟା

ବିଜୟଙ୍କ ରାଲିରେ ଦଳାଚକଟା, ବଢୁଛି ମୃତ୍ୟୁସଂଖ୍ୟା

ତାମିଲନାଡୁ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା। ଏଥିରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଥିବା ସୂଚନା ମିଳିଛି। ତାମିଲନାଡୁ କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା।
ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ। କରୁର୍ ରେ TVK ଦଳର ପ୍ରଥମ ମାସିକ ରାଲି ଆୟୋଜିତ ହୋଇଥିଲା। ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ। ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା। ବିଜୟ ଉଦବୋଧନ ଦେବା ବେଳେ ଦଳାଚକଟା ହୋଇଥିଲା। ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି। ଗତକାଲିର ରାଲିରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବା ଅଭିଯୋଗ ହେଉଛି। ତେବେ କେଉଁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking