ଆଜମେର: ରାଜସ୍ଥାନର ଆଜମେର ସହରସ୍ଥିତ ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଦରଘାରେ ସୋମବାର ଦୁଇ ଗୋଷ୍ଠୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଥିବା ଜଣାପଡିଛି । ପବିତ୍ର ଉର୍ସ ଉତ୍ସବ ଅବସରରେ ଦରଘାରେ ଉପସ୍ଥିତ ବାରେଲଭି ସଂପ୍ରଦାୟର ଶ୍ରଦ୍ଧାଳୁମାନେ ସ୍ଲୋଗାନ ଦେଇଥିଲେ । ଏଥିରେ ଖାଦିମ୍ ସଂପ୍ରଦାୟର ଶ୍ରଦ୍ଧାଳୁମାନେ ଉତ୍କ୍ଷିପ୍ତ ହୋଇପଡିବାରୁ ସଂଘର୍ଷର ସୂତ୍ରପାତ ଘଟିଥିଲା । ପ୍ରଥମେ ଯୁକ୍ତିତର୍କ ଏବଂ ପରେ ବୁଥ ମରାମରି ଘଟଣା ଦେଖିବାକୁ ମିଳିଥିଲା । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବାରେଲଭି ସଂପ୍ରଦାୟ ଶ୍ରଦ୍ଧାଳୁ ସେଠାରୁ ଚମ୍ପଟ ମାରିଥିବା କୁହାଯାଇଛି । ପୁଲିସ କାହାରିକୁ ଗିରଫ କରିନଥିବାବେଳେ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ ।