26.1 C
Bhubaneswar
Friday, September 20, 2024
Homeଓଡିଶାଡିଏଭି ପୋଖରୀପୁଟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡିଏଭି ପୋଖରୀପୁଟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଡିଏଭି ପୋଖରୀପୁଟରେ ଆୟୋଜନ କରାଯାଇଥିଲା । ଏହି ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା । “ସ୍ୱଚ୍ଛ ଭାରତ ସୁସ୍ଥ ଭବିଷ୍ୟତ”, ଶ୍ରମଦାନ ଓ ଆବର୍ଜନାମୁକ୍ତ ଭାରତ ମହାଅଭିଯାନକୁ ସଫଳ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ଶ୍ରମଦାନ ପାଇଁ ପଦକ୍ଷେପରେ ଅଂଶଗ୍ରହଣ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ବୁଝାଇ କହିବା ସହ ସ୍ଵଚ୍ଛତା ପାଇଁ ଘଣ୍ଟାଏ ସମୟ ଉତ୍ସର୍ଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking