34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମଣିପୁରରେ ଗୃହଯୁଦ୍ଧ ଭଳି ସ୍ଥିତି ରହିଛି: ରାହୁଲ ଗାନ୍ଧୀ

ମଣିପୁରରେ ଗୃହଯୁଦ୍ଧ ଭଳି ସ୍ଥିତି ରହିଛି: ରାହୁଲ ଗାନ୍ଧୀ

ଗୌହାଟୀରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ପଞ୍ଚମ ଦିନ । କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜି ନାଗାଲାଣ୍ଡରୁ ଆସାମରେ ପହଞ୍ଚିଛି। ଶିବସାଗର ଜିଲ୍ଲାରୁ ଆରମ୍ଭ ହୋଇ ଏହି ଯାତ୍ରା ଆସାମର 17ଟି ଜିଲ୍ଲା ଅତିକ୍ରମ କରିବ । ଆାସମରେ ସମୁଦାୟ 833 କିମିର ଯାତ୍ରା ରହିବ । ଏହି ସମୟରେ ରାହୁଲ ଗାନ୍ଧୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଏବଂ ତାଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଭାରତର ସବୁଠାରୁ ଦୁର୍ନୀତିଗସ୍ତ ସରକାର ବୋଧହୁଏ ଆସାମରେ ରହିଛନ୍ତି ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ରାହୁଲ ।

ଭାରତ ଯୋଡ଼ ନ୍ୟାୟ ଯାତ୍ରା ନାଗାଲାଣ୍ଡରୁ ଆସାମରେ ପହଞ୍ଚିବା ପରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଭାଜପା ଏବଂ ଆରଏସସ ସହ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, “ମଣିପୁରରେ ଗୃହଯୁଦ୍ଧ ଭଳି ସ୍ଥିତି ରହିଛି । ରାଜ୍ୟ ବିଭାଜିତ ହେବାର ସୀମାରେ ପହଞ୍ଚିଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳକୁ ଯାଇ ନାହାନ୍ତି ।

ଭାଜପା ଏବଂ ଆରଏସଏସ ଘୃଣାଭାବ ପ୍ରସାର କରୁଛନ୍ତି । ଏହାଦ୍ବାରା ସେ ଜନସାଧାରଣଙ୍କର ଟଙ୍କା ମଧ୍ୟ ଲୁଟ କରୁଛନ୍ତି । ଜନସାଧାରଣଙ୍କ ଟଙ୍କା ଲୁଟିବା ଏବଂ ଦେଶକୁ ଶୋଷଣ କରିବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଲାଗାଲାଣ୍ଡରେ ମଧ୍ୟ ବଡ ପ୍ରତିଶୃତି ଦେଇଥିଲେ। ରୂପରେଖରେ ପରିବର୍ତ୍ତନ ପାଇଁ 9 ବର୍ଷ ପୂର୍ବେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ । ତେବେ ସେହି ଚୁକ୍ତିନାମା କଣ ହେଲା ବୋଲି ନାଗାଲାଣ୍ଡବାସୀ ଆଜି ପ୍ରଶ୍ନ କରୁଛନ୍ତି ।”

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking