33.1 C
Bhubaneswar
Monday, May 20, 2024
Homeଓଡିଶାହକି ବିଶ୍ୱକପ୍‌: ସଜେଇ ହୋଇଛି ସିଲଭର ସିଟି, ସ୍ମାର୍ଟ ସିଟି ଓ ଷ୍ଟିଲ ସିଟି

ହକି ବିଶ୍ୱକପ୍‌: ସଜେଇ ହୋଇଛି ସିଲଭର ସିଟି, ସ୍ମାର୍ଟ ସିଟି ଓ ଷ୍ଟିଲ ସିଟି

ଭୁବନେଶ୍ୱର: ସଜେଇ ହୋଇଛି ସିଲଭର ସିଟି କଟକ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲା । ସମ୍ପୁ୍‌ର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ହକି ବିଶ୍ୱକପ ନେଇ ସେଲିବ୍ରେଶନ ମୁଡରେ ସମଗ୍ର ରାଜ୍ୟ । ଆଉ ଆଜି ଠାରୁ ଆରମ୍ଭ ହୋଇଯିବ ଗ୍ରାଣ୍ଡ ସେଲିବ୍ରେଶନ । କଟକ ବାରବାଟି ଷ୍ଟାଡିୟମରେ ଉଦଘାଟନୀ କାର୍ଯ୍ୟକ୍ରମର ରିହଲସଲ ପରେ ସମଗ୍ର ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ଅଲିଉଡ ଆକ୍ଟର ସବ୍ୟସାଚ୍ଚି ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ । ବଲିଉଡ ସୁପରଷ୍ଟାର ରନବିର ସିଂ, ମ୍ୟୁଜିକ ଡିରେକ୍ଟର ପ୍ରିତମ ଅଭିନେତ୍ରୀ ଦିଶା ପଠାନୀଙ୍କ ସମେତ ବ୍ଲାକ ସ୍ୱାନ ଗ୍ରୁପ ହେବ ମୁଖ୍ୟ ଆକର୍ଷଣ । ଟିକେଟ ଥିଲେ ମ୍ୟାଚ ଦେଖବେ ଆଉ ଟିକଟେ ନଥିଲେ ବୁଲି ପାରିବେ ଓଲି ଲ୍ୟାଣ୍ଡ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଛି ଓଲି ଲ୍ୟାଣ୍ଡ । ଆଖି ଝଲଶାଲା ଭଳି ଲାଇଟ ସାଙ୍ଗକୁ ମନମୋହିଲା ଭଳି ପରିବେଶ । ଯେଉଁଦିନ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ନଥିବ ସେଦିନ ଯେକୌଣସି ଲୋକ ସଠାକୁ ଯାଇପାରିବେ । ତେବେ ରାଉରକେଲା ଓ ପୁରୀରେ ୧୩ ତାରିଖରୁ ଖୋଲିବ ଓଲି ଲ୍ୟାଣ୍ଡ ଆନ୍ତାକାଲି ଠାରୁ ସେଲିବ୍ରେଶନ ଆରମ୍ଭ ହେଉଥିବା ବେଳେ ପଡିଆରେ ୧୩ ତାରିଖରୁ ଆରମ୍ଭ ହେବ ମୁକାବିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking