29.1 C
Bhubaneswar
Wednesday, May 22, 2024
Homeଓଡିଶାଆଜି ପ୍ରକାଶ ପାଇବ ସିଆଇଏସସିଇ ଫଳ

ଆଜି ପ୍ରକାଶ ପାଇବ ସିଆଇଏସସିଇ ଫଳ

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ରବିବାର ଅପରାହ୍ଣ ୩ଟାବେଳକୁ ପ୍ରକାଶ ପାଇବ। ଏନେଇ ସିଆଇଏସସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ସଚିବ ଗ୍ୟାରୀ ଆରାଥୁନ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀ ୱେବସାଇଟ (www.cisce.org/results. cisce. org)କୁ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ। ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫେବୃଆରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking