ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ବାଲେଶ୍ୱର ଖଇର ଥାନାରେ ମାମଲା ଦାୟର କରିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର । ଆଇପିସିର ୫ଟି ଦଫାରେ ପୋଲିସ ମାମଲା ରୁଜୁ କରିଛି । ‘ସାଇକୋ ଲେଡି’ କହି ବଦନାମ ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ବିସ୍ମିତ ଦାସ ଓ ବିଦ୍ୟାଶ୍ରୀଙ୍କ ନାଁରେ ଚିନ୍ମୟୀ ମାମଲା ରୁଜୁ କରିଛନ୍ତି । ପୂର୍ବରୁ ସାଇକୋ ଲେଡି ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସମସ୍ତେ କହି ଆସୁଥିଲେ । ଆଦିତ୍ୟଙ୍କ ବାପା ମା ଙ୍କ ସମେତ ବିଦ୍ୟାଶ୍ରୀ ଓ ବିସ୍ମିତ ମଧ୍ୟ ଚିନ୍ମୟୀ ଙ୍କୁ ସାଇକୋ ଲେଡି ବୋଲି କହୁଥିଲେ ।