43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଜୀବନ-ଜୀବିକା ସଂଘର୍ଷରେ ସନ୍ତୁଳନ ନିହାତି ଆବଶ୍ୟକ

ଜୀବନ-ଜୀବିକା ସଂଘର୍ଷରେ ସନ୍ତୁଳନ ନିହାତି ଆବଶ୍ୟକ

ଭୁବନେଶ୍ୱର: କରୋନା ଅପଡେଟ୍ ନେଇ ଏସଆରସି ପ୍ରଦୀପ ଜେନା ତାଜା ସୂଚନା ପ୍ରଦାନ କରିଛନ୍ତି । ଏବେ ଦୈନିକ ଓଡିଶାରେ ସାଢେ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ, ଭୁବନେଶ୍ୱରରେ ଦୈନିକ ୧୨ ଶହ ରୋଗୀ ଚିହ୍ନଟ ହେଉଛନ୍ତି । କୌଣସି କାରଣରୁ କୋଭିଡ ଭୂତାଣୁ ଲୋକଙ୍କ ଦେହରେ ପହଂଚୁଛି । କେଉଁ କାରଣ ଯୋଗୁଁ ପଶୁଛି, କାରଣ ଓ ପ୍ରତିକାର ନକଲେ ସଂକ୍ରମଣ ଲାଗି ରହିବ ବୋଲି ଏସଆରସି କହିଛନ୍ତି । ପ୍ରତି ସପ୍ତାହରେ ହସ୍ପିଟାଲ ହେଉଛି, ଟେଷ୍ଟିଂ ଲ୍ୟାବ୍ କରାଯାଉଛି । ଆମକୁ ଯେମିତି ହେଲେ କଭିଡ ସଂକ୍ରମଣ ହ୍ରାସ କରିବାକୁ ପଡିବ । ସମସ୍ତଙ୍କର ପ୍ରଚେଷ୍ଟା ରହିବା କଥା ଯେ, ସଂକ୍ରମଣ କେମିତି କମିବ । ଲକ ଡାଉନ, ସଟ ଡାଉନର କୁପ୍ରଭାବ ଅର୍ଥନୀତି ଉପରେ ପଡିଛି । ଜୀବନ ଜୀବିକାର ସଂଘର୍ଷରେ ଏକ ସନ୍ତୁଳନର ଆବଶ୍ୟକତା ରହିଛି । ୩ଟି ଜିନିଷକୁ ମାନିଲେ ରୋଗ ସଂକ୍ରମଣ କମାଯାଇ ପାରିବ । ସାମାଜିକ ଦୂରତ୍ୱ, ମାସ୍କ, ସ୍ୱାସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ରୋକି ହେବ । କିଛି ଲୋକ କଟକଣା ମାନୁନାହାନ୍ତି, ଦାୟିତ୍ୱହୀନ ଭାବରେ କାମ କରୁଛନ୍ତି । ଆମେ ନିଜେ ନିୟମ ମାନିବା ସହ ଖିଲାପକାରୀଙ୍କୁ ତାଗିଦ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking