18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶତାଇୱାନରେ ହାଇଆଲର୍ଟ, ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

ତାଇୱାନରେ ହାଇଆଲର୍ଟ, ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

ତାଇୱାନ : ତାଇୱାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି । ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇୱାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି । ତାଇୱାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି । ୧୮ଟି ଚୀନ ଲଢୁଆ ବିମାନ ତାଇୱାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଏସବୁ ବିମାନକୁ ତାଇୱାନର ବିମାନଗିଡ଼କ ଘଉଡେଇ ଦେଇଥିଲେ ବି ତାଇୱାନରେ ହାଇଆଲର୍ଟ ଜାରି କରାଯାଇଛି ।

ଗତ ବର୍ଷ ଅକ୍ଟୋବର ମାସରେ ବି ଚୀନର ପ୍ରାୟ ୫୪ଟି ବିମାନ ଅନୁପ୍ରବେଶ କରିଥିଲେ । ସୂଚନାଯୋଗ୍ୟ, ତାଇୱାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟାକୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ଶାନ୍ତିପୂର୍ଣ୍ଣ ଉପାୟରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ । ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇୱାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇୱାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ କଲା ପରି ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking