ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି ଚୀନ୍ । ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି । ମାତ୍ର ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ନୂଆ ମାମଲା ଆସୁଛି । ଆଜି ଚାଇନାରେ ୫୨୮୦ ନୂଆ କରୋନା ମାମଲା ଆସିଥଇବା ବେଳେ, ଏହା ଦେଶର ସବୁଠାରୁ ଦ୍ରୁତ ସଂକ୍ରମଣ ବୋଲି କୁହାଯାଉଛି ।
ଅନ୍ୟପଟେ, ଡବ୍ଲୁଏଚଓ ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଚେତାବନୀ ଦେଇଛି । ଡବ୍ଲୁଏଚଓ କହିଛି ଏହି ସଂକ୍ରମଣ ଚତୁର୍ଥ ଲହର ଆଣିପାରେ । ଡେଲଟା ଏବଂ ଓମିକ୍ରନ୍ ମିଳନରେ ଏହି ସଂକ୍ରମଣ ବଢ଼ୁଛି । ସବୁଠାରୁ ବଡ଼କଥା ହେଉଛି ଏହି ନୂତନ କରୋନା ସଂକ୍ରମଣ ଯୋଗୁ ଚାଇନାର ୧୦ଟି ସହରରେ ଲକଡାଉନ ଲାଗୁ କରାଯାଇଛି ।
ଲକଡାଉନ ଯୋଗୁ ୩ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହୋଇଛନ୍ତି । ଏହି ସଂକ୍ରମଣ ଦ୍ୱାରା ଚୀନର ଜିଲିନ୍ ସର୍ବାଧିକ ପ୍ରଭାବିତ ହୋଇଛି । ଏନଏଚସିର ସୂଚନା ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ । କେବଳ ଜିଲିନରେ ସର୍ବାଧିକ ୩୦୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।