29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶଭାରତର ୮୦ ପ୍ରତିଶତ ଘର ଉପରେ ଚୀନ୍‌ର ନଜର: ରିପୋର୍ଟ

ଭାରତର ୮୦ ପ୍ରତିଶତ ଘର ଉପରେ ଚୀନ୍‌ର ନଜର: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନ୍ ଏବଂ ଇଲେକଟ୍ରୋନିକ୍ସ ମାର୍କେଟରେ ଚୀନ୍‌ର ଦବଦବା ରହିଛି । ବର୍ତ୍ତମାନ ଦେଶର ପ୍ରାୟ ସବୁ ଘରେ ‘ମେଡ୍ ଇନ ଚାଇନା’ ଉତ୍ପାଦ ମିଳିଯାଉଛି । ଫଳରେ ବିପଦ ମଧ୍ୟ ବଢ଼ିବାରେ ଲାଗିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ୍‌ରେ ମେଡ ଇନ ଇଣ୍ଡିଆ ପ୍ରଡକ୍ଟ ବ୍ୟବହାର କରିବା ଉପରେ ଜୋର ଦେଇଥିଲେ । ଏପରିକି ସୋସିଆଲ ମିଡିଆରେ ଅନେକ ସମୟରେ ବୟକଟ୍ ଚୀନ୍ ପ୍ରଡକ୍ଟ ଟ୍ରେଣ୍ଡ ଦେଖିବାକୁ ମିଳୁଛି । କିନ୍ତୁ ଏହାର ପ୍ରଭାବ ଭାରତୀୟଙ୍କ ଉପରେ ପ୍ରାୟ ପଡ଼ୁନାହିଁ ।

ଏବେ ‘ମେଡ୍ ଇନ ଚାଇନା’ ପ୍ରଡକ୍ଟକୁ ନେଇ ଏକ ସର୍ଭେ ଚିନ୍ତାର କାରଣ ପାଲଟିଛି । ଏହି ସର୍ଭେ ଅନୁସାରେ, ୭୯ ପ୍ରତିଶତ ଭାରତୀୟଙ୍କ ଘରେ ଗୋଟିଏ କିମ୍ବା ତାଠୁ ଅଧିକ ଚୀନ୍ ନିର୍ମିତ ଉତ୍ପାଦ ରହିଛି । ଏହା ଦ୍ୱାରା ସେମାନଙ୍କ ଉପରେ ସର୍ଭିଲାନ୍ସର ବିପଦ ରହିଛି । ସେହିଭଳି ୩୭ ପ୍ରତିଶତ ଲୋକ ଏହି ଉତ୍ପାଦ ସହ ଜଡ଼ିତ ଆପ୍‌ର ବ୍ୟବହାର କରୁଛନ୍ତି । ଫଳରେ ଡାଟା ଚୋରିର ବିପଦ ମଧ୍ୟ ବଢ଼ିଛି । ସର୍ଭେରୁ ଜଣାପଡ଼ିଛି ଯେ, ୨୫ ପ୍ରତିଶତ ଘରେ ଗୋଟିଏ କିମ୍ବା ତାଠାରୁ ଅଧିକ ଚୀନ୍ ଗ୍ୟାଜେଟସ୍ ରହିଛି । ୫୪ ପ୍ରତିଶତ ଲୋକଙ୍କ ପାଖରେ ଚୀନ୍ ଡିଭାଇସ୍ ରହିଛି । ଏହା ସହ ଜଡ଼ିତ ଆପ୍ ମାଧ୍ୟମରେ ଲୋକମାନେ ନିଜର ଡାଟା ଚୀନ୍‌କୁ ଦେଉଛନ୍ତି । ସେପଟେ ଭାରତ ସରକାର ଆପଲ ଆପ୍ ଷ୍ଟୋର ଏବଂ ଗୁଗୁଲ ପ୍ଲେଷ୍ଟୋର ସହ ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରିବା ଦରକାର । ଯାହା ଦ୍ୱାରା ଭାରତୀୟଙ୍କ ଡାଟା ଯେମିତି ଚୀନ୍ ଯାଇନପାରେ ବୋଲି ସର୍ଭେରେ କୁହାଯାଇଛି ।

ସର୍ଭେ ରିପୋର୍ଟ ଅନୁସାରେ, ଲେବାନନରେ ପେଜର ବିସ୍ଫୋରଣ ପରେ ଭାରତ ସରକାର ଲୋକମାନଙ୍କୁ ସିସିଟିଭି, ସ୍ମାର୍ଟ ମିଟର, ଡ୍ରୋନ୍ ପାର୍ଟସ ଆଦି ବିଶ୍ୱସନୀୟ ସଂସ୍ଥାରୁ କ୍ରୟ କରିବା ଲାଗି ଆଦେଶ ଜାରି କରିବା ଦରକାର । ଚଳିତବର୍ଷ ମାର୍ଚ୍ଚରେ ସରକାର ଦୁଇଟି ଗ୍ୟାଜେଟ୍ ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ ସର୍ଭିଲାନ୍ସ କ୍ୟାମେରା ‘ମେକ ଇନ ଇଣ୍ଡିଆ’ ଏବଂ ସିସିଟିଭି ପ୍ରମାଣପତ୍ର ଲାଗି କ୍ରାଇଟେରିଆ ସାମିଲ ଥିଲା । ଚୀନ୍‌ର କମ୍ପାନି ଗୁଡ଼ିକୁ ବାଦ ଦେବା ପାଇଁ ସରକାର ଯୋଜନା କରିଥିବା ମିଡିଆ ରିପୋର୍ଟରେ ଦାବି ହୋଇଥିଲା । ଏହା ପୂର୍ବରୁ ଗୁଇନ୍ଦା ସଫ୍ଟୱାୟର ଥିବା ଯୋଗୁଁ ଚୀନ୍‌ର ଅନେକ ଆପ୍ ଏବଂ ଉତ୍ପାଦ ଉପରେ ରୋକ ଲଗାଇ ଦେଇଥିଲେ । ସେପଟେ ୨୦୨୩ରେ ଜଣାପଡ଼ିଥିଲା ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ଏଭଳି ୨ଟି ଚୀନ ଆପ୍ ରହିଛି ଯାହା ଭାରତୀୟଙ୍କ ଡାଟାକୁ ଚୀନ୍‌ସ୍ଥିତ ସର୍ଭରକୁ ପଠାଉଥିଲା । ପରେ ସରକାର ଏହି ଆପଗୁଡ଼ିକ ଉପରେ ବ୍ୟାନ ଲଗାଇଥିଲେ । ବିଶ୍ୱର ଅନେକ ଦେଶ ଚୀନ୍ ନିର୍ମିତ କ୍ୟାମେରା ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking