27.1 C
Bhubaneswar
Tuesday, September 17, 2024
Homeଅପରାଧପିଲା କଳିରୁ ଗର୍ଭବତୀଙ୍କୁ ଆକ୍ରମଣ; ବ୍ରହ୍ମପୁର ଏମ୍‌କେସିଜିରେ ମୃତ ପୁତ୍ର ସନ୍ତାନ ପ୍ରସବ

ପିଲା କଳିରୁ ଗର୍ଭବତୀଙ୍କୁ ଆକ୍ରମଣ; ବ୍ରହ୍ମପୁର ଏମ୍‌କେସିଜିରେ ମୃତ ପୁତ୍ର ସନ୍ତାନ ପ୍ରସବ

ଖଲ୍ଲିକୋଟ: ପିଲା କଳିକୁ କେନ୍ଦ୍ର କରି ଗର୍ଭବତୀ ଦାଦା ଝିଅ ଭଉଣୀର ପେଟକୁ ପାଣି ଭର୍ତ୍ତି ରସ ବାଲଟିରେ ଆଘାତ କରିବାରୁ ଛୁଆଟି ପେଟ ଭିତରେ ମରି ଯାଇଥିବା ଜଣାପଡିଛି । ଗର୍ଭବତୀ ଜଣକ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତ ପୁତ୍ର ସନ୍ତାନକୁ ପ୍ରସବ କରାଇଛନ୍ତି ଡାକ୍ତର । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡା ଗ୍ରାମରେ । ସୂଚନା ଅନୁଯାୟୀ ପଥରା କଣ୍ଡରାପଡା ଗ୍ରାମର ଫକୀର ବେହେରା ଓ ଅଭିମନ୍ୟୁ ବେହେରା ଦୁଇ ଭାଇଙ୍କ ପରିବାର ଦୁଇ ପଡୋଶୀ ଭାବେ ବସବାସ କରନ୍ତି । ଗତ ମାର୍ଚ୍ଚ ୨୬ ତାରିଖରେ ଫକୀର ବେହେରାଙ୍କ ୩ ବର୍ଷ ବୟସର ନାତି ଅଭିମନ୍ୟୁ ବେହେରାଙ୍କ ୭ ମାସର ପାଳିତ ନାତୁଣୀକୁ ମାଡ ମାରିଥିଲା । ଅଭିମନ୍ୟୁ ବେହେରାଙ୍କ ୬ ମାସର ଗର୍ଭବତୀ ଥିବା ଝିଅ ବିଜୁଳି ବେହେରା(୩୦) ଫକୀର ବେହେରାଙ୍କ ଝିଅ କେତୀ ବେହେରାକୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ କେତୀ ବେହେରାଙ୍କ ଦୁଇ ଭାଇ କବିରାଜ ଓ ମାନସ ଘରେ ଥିବା ପାଣି ଭର୍ତ୍ତି ହୋଇଥିବା ଏକ ରସ ବାଲଟି ଆଣି ଗର୍ଭବତୀ ବିଜୁଳିଙ୍କ ପେଟକୁ ଆଘାତ କରିଥିଲେ । ସେହି ଦିନ ଠାରୁ ବିଜୁଳିର ପେଟ ବ୍ୟଥା ହେଉଥିଲା । ପେଟ ବ୍ୟଥା ପାଇଁ ବିଜୁଳି ବାରମ୍ବାର ମେଡ଼ିକାଲକୁ ଦୌଡୁଥିଲେ । ଏହି ମାସ ୨ ତାରିଖରେ ପ୍ରସବ ବେଦନା ହେବାରୁ ବିଜୁଳିଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ବିଜୁଳିଙ୍କ ଗର୍ଭରୁ ମୃତ ପୁତ୍ର ସନ୍ତାନକୁ ପ୍ରସବ କରାଇଥିଲେ । ଏ ସମ୍ପର୍କରେ ବିଜୁଳି ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିବା ପରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ କରିଛି ପୁଲିସ୍ । ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାର ତଦନ୍ତ କରିଥିଲେ । ଆଜି ଦୁଇ ଭାଇ କବିରାଜ ବେହେରା(୪୩) ଓ ମାନସ ବେହେରା(୨୧) ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking