ନୂଆଦିଲ୍ଲୀ: ଗଣପତି ବାବାଙ୍କ ପାଇଁ ନୂଆ ଜୀବନ ଫେରିପାଇଲେ ବାଳକ । ଘଟଣା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ଆପଣଙ୍କ ପାଟିରୁ ଆପେ ଆପେ ବାହାରି ଆସିବ ଯେ, ଗଣପତି ବପା ମୋରିୟା, ଗଣପତି ବାବା ଜ ହୋ । ସୁରଟର ୫ ଶ୍ରେଣୀର ଛାତ୍ର ଲଖନ ମନ୍ଦିରକୁ ଭଗବାନଙ୍କ ଦର୍ଶନ ଲାଗି ଯାଇଥିଲା । କିନ୍ତୁ ସେଠାରୁ ସେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ଲାଗି ସମୁଦ୍ର କୂଳରେ ପହଞ୍ଚି ଯାଇଥିଲା । ଏହାପରେ ସେ ଗଣେଶଙ୍କ ମୂର୍ତ୍ତି ସହିତ ଧୀରେ ଧୀରେ ପାଣି ମଧ୍ୟକୁ ଚାଲିଯାଇଥିଲା । ସନ୍ଧ୍ୟା ପର୍ୟ୍ୟନ୍ତ ଲଖନ ଘରକୁ ନ ଫେରିବାରୁ ପରିବାର ଲୋକେ ତାକୁ ଚାରିଆଡେ ଖୋଜାଖୋଜି କରିଥିଲେ । କିନ୍ତୁ ଲଖନର ପତ୍ତା ମିଳି ନ ଥିଲା । ଏହାପରେ ସମସ୍ତେ ଭାବି ନେଇଥିଲେ ଯେ, ଲଖନ ଆଉ ଜୀବିତ ନାହିଁ । କିନ୍ତୁ ଏହାପରେ ଏପରି ଚମତ୍କାର ହୋଇଥିଲା ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ ।
ଲଖନକୁ ଗଭୀର ସମୁଦ୍ରରେ ବିସର୍ଜିତ କରାଯାଇଥିବା ଶ୍ରୀଗଣେଶଙ୍କ ମୂର୍ତ୍ତି ନିକଟରୁ ଉଦ୍ଧାର କରାଯାଇଥିଲା । ସେ ସମୁଦ୍ରରେ ୨୪ ଘଣ୍ଟା ପର୍ୟ୍ୟନ୍ତ ମୂର୍ତ୍ତିକୁ ଧରି ଓହଳି ରହିଥିଲା । ସମୁଦ୍ର କୂଳ ଠାରୁ ବହୁ ଦୂରରେ ଲଖନ ଗଣେଶଙ୍କ ମୂର୍ତ୍ତି ସାହାରାରେ ଓହଳି ରହିଥିଲା । ଏହି ସମୟରେ ସେହି ବାଟ ଦେଇ ମାଛଧରା ଡଙ୍ଗା ନବଦୁର୍ଗା ଅତିକ୍ରମ କରିଥିଲା । ଲଖନ ଡଙ୍ଗାକୁ ଦେଖି ହାତ ହଲାଇବା ସହ ପାଟି କରିଥିଲା । ଏହା ଦେଖି ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଲଖନକୁ ଡଙ୍ଗାରେ ବସାଇ ଆଣିଥିଲେ । ଡାକ୍ତର କହିଛନ୍ତି ସେ ସଂପୂର୍ଣ୍ଣ ସୁସ୍ଥ ଅଛି ।