32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭାରତରେ ବଢ଼ୁଛି ବାଲ୍ୟ ବିବାହ; ୧୪ ରାଜ୍ୟରେ ସ୍ଥିତି ସଂକଟଜନକ

ଭାରତରେ ବଢ଼ୁଛି ବାଲ୍ୟ ବିବାହ; ୧୪ ରାଜ୍ୟରେ ସ୍ଥିତି ସଂକଟଜନକ

ନୂଆଦିଲ୍ଲୀ : ସଦ୍ୟ ସାମ୍ନାକୁ ଆସିଥିବା ଏକ ରିସର୍ଚ୍ଚ ରିପୋର୍ଟ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିଛି । ରିସର୍ଚ୍ଚ ରିପୋର୍ଟ ଅନୁସାରେ ଭାରତରେ ଏବେ ପ୍ରତି ୫ ନାବାଳିକାଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ୬ଜଣଙ୍କ ପୁଅ ମଧ୍ୟରୁ ଜଣେ ନାବାଳକ ବିବାହ କରୁଛନ୍ତି । ଅବଶ୍ୟ ନିକଟ ଅତୀତରେ ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି । ତେବେ ଏସବୁ  ପର୍ଯ୍ୟାପ୍ତ ନୁହେଁ ବୋଲି ରିପୋର୍ଟ ଦର୍ଶାଇଛି । ବିଶ୍ୱ ସ୍ୱାସ୍ଥ୍ୟ ପତ୍ରିକା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଲାନସେଟ୍‌ରେ ଏପ୍ରକାର ରିପୋର୍ଟ ପ୍ରକାଶ ପାଇଛି । ରିସର୍ଚ୍ଚ ରିପୋର୍ଟରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ବାଲ୍ୟ ବିବାହକୁ ରୋକିବା ପାଇଁ ସେପରି ବିଶେଷ ଉଦ୍ୟମ ହୋଇନାହିଁ । ଗବେଷକଙ୍କ ଅନୁସାରେ ୨ଠ୩ଠ ସୁଦ୍ଧା ଦେଶରୁ ବାଲ୍ୟ ବିବାହ ଭଳି ସମସ୍ୟା ଦୂର କରିବାକୁ ହେଲେ ବର୍ତ୍ତମାନ ସମୟ ଠାରୁ ହିଁ ଜାତୀୟ ତଥା ରାଜ୍ୟ ସ୍ତରରେ କଠୋର ନିୟମ ତଥା ନୀତି ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି । ସେହିପରି ପୂର୍ବରୁ ପ୍ରଚଳିତ ନିୟମକୁ ମଧ୍ୟ କଡାକଡି କରାଯିବା ଉଚିତ୍ । ରିପୋର୍ଟ ଅନୁସାରେ ୧୯୯୩ରେ ଯେତେବେଳେ ଦେଶରେ ନାବାଳିକାଙ୍କ ବିବାହ କ୍ଷେତ୍ରରେ ୪୯.୪% ମାମଲା ଦେଖିବାକୁ ମିଳିଥିଲା ସେତେବେଳେ ୨ଠ୨୧ ସୁଦ୍ଧା ଏହା ୨୨.୩%କୁ ଖସିଆସିଥିଲା । ସେହିପରି ଏହି ସମୟ ସୁଦ୍ଧା ନାବାଳକଙ୍କ ବିବାହ କ୍ଷେତ୍ରରେ ମଧ୍ୟ ୨ଠଠ୬ରେ ୭.୧% ମାମଲା ରହିଥିବା ବେଳେ ୨ଠ୨୧ ସୁଦ୍ଧା ଏହା ୨.୨%କୁ ହ୍ରାସ ପାଇଥିଲା । ଏନ୍‌ଏଫ୍‌ଏଚ୍‌ଏସ୍ ପକ୍ଷରୁ କରାଯାଇଥିବା ଗତ ୫ଟି ସର୍ଭେ (୧୯୯୩, ୧୯୯୯, ୨ଠଠ୬, ୨ଠ୧୬ ଏବଂ ୨ଠ୨୧) ରିପୋର୍ଟ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚ ରିପୋର୍ଟ ଅନୁସାରେ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡଖଣ୍ଡ ଆଦି ୧୪ ରାଜ୍ୟରେ ବାଲ୍ୟ ବିବାହ ଭଳି ମାମଲା ଗତ ୪/୫ ବର୍ଷ ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ପାଇଛି, ଯାହାକି ସ୍ଥିତିକୁ ଅଧିକ ସଂକଟଜନକ କରିଦେଇଛି । ତେବେ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏସବୁ ରାଜ୍ୟ ପାଇଁ ସ୍ଥିତି ବେଶ୍ ଖରାପ ହୋଇପଡ଼ିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking