29.1 C
Bhubaneswar
Friday, May 30, 2025
Homeଓଡିଶା୩ ରାଜ୍ୟରେ ବିଜୟ ପରେ ପ୍ରଧାନ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୩ ରାଜ୍ୟରେ ବିଜୟ ପରେ ପ୍ରଧାନ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ‌ରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଛି। ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୬୫ ଆସନ ହାସଲ କରିଛି। ସେହିଭଳି ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୧୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟରେ ୯୦ ଆସନରୁ ବିଜେପି ୫୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking