28.3 C
Bhubaneswar
Tuesday, May 20, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ହାଇଦ୍ରାବାଦକୁ ହରାଇଲା ଚେନ୍ନାଇ ସୁପର୍ କିଙ୍ଗ୍‌ସ

ଆଇପିଏଲ୍‌: ହାଇଦ୍ରାବାଦକୁ ହରାଇଲା ଚେନ୍ନାଇ ସୁପର୍ କିଙ୍ଗ୍‌ସ

ଚେନ୍ନାଇ: ଚଳିତ ଆଇପିଏଲ୍‌-୧୬ରେ ଶୁକ୍ରବାର ୨୯ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ତା’ର ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ୱିକେଟ୍‌ରେ ୧୩୪ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୬ ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରିଥିବା ବେଳେ ରାହୁଲ୍ ତ୍ରିପାଠୀ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୧, ଅନ୍ୟତମ ଓପନର ହ୍ୟାରୀ ବ୍ରୁକ୍ ୩ଟି ଚୌକା ସହ ୧୮ ଏବଂ ହେନ୍‌ରିକ୍ କ୍ଲାସେନ୍ ଓ ମାର୍କୋ ଜାନ୍‌ସନ୍ ୧୭ ରନ୍ ଲେଖାଏଁ କରିଥିଲେ ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ଏବଂ ଆକାଶ ସିଂହ, ମହୀଶ ତିକ୍‌ଶାନା ଓ ମାଥିଶା ପାଥିରାନାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ବ୍ୟାଟିଂରେ ଦଳର ଓପନର ଡେଭନ୍ କୋନ୍‌ୱେ ଅପରାଜିତ ୭୭ ରନ୍ କରି ଦଳୀୟ ସ୍କୋର୍‌କୁ ୧୮.୪ ଓଭର୍‌ରେ ୩ ୱିକେଟ୍ ବିନିମୟରେ ୧୩୮ରେ ପହଞ୍ଚାଇଥିଲେ । ଦଳକୁ ୭ ୱିକେଟ୍‌ରେ ବିଜୟୀ କରାଇଥିବା କୋନ୍‌ୱେ ଏହି ଇନିଂସ ପାଇଁ ୫୭ଟି ବଲ୍ ନେବା ସହ ୧୨ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ଏହାଛଡ଼ା ସେ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍‌ଙ୍କ ସହ ୮୭ ରନ୍‌ର ବଳିଷ୍ଠ ଭାଗୀଦାରୀ ମଧ୍ୟ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମୟଙ୍କ ମାର୍କଣ୍ଡେ ଦୁଇଟି ୱିକେଟ୍ ନେଇଥିଲେ । ଷଷ୍ଠ ମ୍ୟାଚ୍‌ରେ ଚତୁର୍ଥ ବିଜୟ ସହ ଚେନ୍ନାଇ ତୃତୀୟରେ ଏବଂ ଚତୁର୍ଥ ପରାଜୟ ସହ ହାଇଦ୍ରାବାଦ ନବମରେ ଅପରିବର୍ତ୍ତିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking