27.8 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022ଆଇପିଏଲ୍‌: ମୁମ୍ବାଇକୁ ହରାଇଲା ଚେନ୍ନାଇ

ଆଇପିଏଲ୍‌: ମୁମ୍ବାଇକୁ ହରାଇଲା ଚେନ୍ନାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ଦ୍ୱାଦଶ ମ୍ୟାଚ୍‌ରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ସୁପର୍ କିଙ୍ଗ୍‌ସ ୭ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇ ମୁମ୍ବାଇ ୮ ୱିକେଟ୍‌ରେ ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଓପନର ଈଶାନ୍ କିଶନ୍ ସର୍ବାଧିକ ୩୨ ରନ୍ କରିଥିଲେ । ସେ ଏହି ଇନିଂସ ପାଇଁ ୨୧ଟି ବଲ୍ ଖେଳିବା ସହ ୫ଟି ଚୌକା ଲଗାଇଥିଲେ । ଏହାଛଡ଼ା ଟିମ୍ ଡେଭିଡ୍ ମାତ୍ର ୨୨ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୩୧, ତିଲକ ବର୍ମା ୧୮ ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହ ୨୨, ଅନ୍ୟତମ ଓପନର ଅଧିନାୟକ ରୋହିତ ଶର୍ମା ୧୩ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୨୧, ହ୍ରିତିକ୍ ଶୋକିନ୍ ୧୩ ବଲ୍‌ରେ ୩ଟି ଚୌକା ସହ ଅପରାଜିତ ୧୮ ଏବଂ କାମେରନ୍ ଗ୍ରୀନ୍ ଗୋଟିଏ ଚୌକା ସହ ୧୨ ରନ୍ କରିଥିଲେ ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ ମିଚେଲ୍ ସାଣ୍ଟନର୍ ୨ଟି ଲେଖାଏଁ ଏବଂ ଆଇପିଏଲ୍‌ରେ ଡେବ୍ୟୁ କରିଥିବା ସିସାନ୍ଦା ମାଗାଲା ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ ଚେନ୍ନାଇ ଓପନର ଡେଭନ୍ କୋନ୍‌ୱେ(୦)ଙ୍କୁ ପ୍ରଥମ ଓଭର୍‌ରେ ହରାଇଥିଲେ ମଧ୍ୟ ଦ୍ୱିତୀୟ ୱିକେଟ୍‌ରେ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୨ ରନ୍‌ର ଭାଗୀଦାରୀ ହୋଇଥିଲା । ରାହାଣେ ମାତ୍ର ୨୭ଟି ବଲ୍‌ରେ ୭ଟି ଚୌକା ଓ ୩ଟି ଛକା ସହ ୬୧ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ ।

ଶିବମ୍ ଦୁବେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରିଥିବା ବେଳେ ଗାଏକ୍ୱାଡ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୪୦ ଏବଂ ଅମ୍ବାତି ରାୟୁଡୁ ୩ଟି ଚୌକା ସହ ୨୦ ରନ୍ କରି ଅପରାଜିତ ରହିବା ସଙ୍ଗେ ସଙ୍ଗେ ୧୮.୧ ଓଭର୍‌ରେ ଦଳୀୟ ସ୍କୋର୍‌କୁ ୩ ୱିକେଟ୍ ବିନିମୟରେ ୧୫୯ରେ ପହଞ୍ଚାଇ ଦଳକୁ ଦ୍ୱିତୀୟ ବିଜୟ ଦେଇଥିଲେ । ମୁମ୍ବାଇ ପକ୍ଷରୁ ଜେସନ୍ ବେହରେନ୍‌ଡଫର୍ମ, ପୀୟୂଷ ଚାୱଲା ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ଏହି ମ୍ୟାଚ୍‌ରେ କିଛି ସମୟ ପାଇଁ ଓଡ଼ିଆ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ବଦଳ ଖେଳାଳି ଭାବେ ମାଗାଲାଙ୍କ ସ୍ଥାନରେ ଫିଲ୍‌ଡିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking