ନୂଆଦିଲ୍ଲୀ : ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୩ ଯୁବକଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଶୁଣାଣି ଖାରଜ କଲେ ସୁପ୍ରିମ କୋର୍ଟ । ୨୦୧୨ ରାଜଧାନୀ ଦିଲ୍ଲୀସ୍ଥିତ ଚାୱଲା ଅଞ୍ଚଳରେ ୧୯ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ଯାଞ୍ଚ ପରେ ୩ ଜଣ ଯୁବକ ଦୋଷୀ ସାବ୍ୟସ୍ତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡର ଶୁଣାଣି ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ସୂଚନାନୁସାରେ, ୩ ଜଣ ଯୁବକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଖୋଳତାଡ଼ କରିବା ପରେ ହରିୟାଣାର ରେୱାଡ଼ି ଜିଲ୍ଲା ରୋଧାଇ ଗ୍ରାମର ଏକ ପଡ଼ିଆ ନିକଟରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କ ଶରୀରରେ ଏକାଧିକ ଆଘାତ ହୋଇଥିବା ବେଳେ କାରର ବିଭିନ୍ନ ଉପକରଣଠୁ ଆରମ୍ଭ କରି ମାଟିହାଣ୍ଡି ଭଳି ଉପକରଣ ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ୨୦୧୪ ଅଗଷ୍ଟ ୨୬ ତାରିଖରେ ରେ ଦିଲ୍ଲୀ ହାଇକୋର୍ଟ ୩ ଯୁବକଙ୍କୁ କ୍ୟାପିଟାଲ ପନିସମେଣ୍ଟର ଶୁଣାଣି କରିଥିଲା । ଏବେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଣି ଖାରଜ କରିଛି । ୩ ଜଣ ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦ ବୋଲି ଜଣାପଡ଼ିଛି । ଏହାବ୍ୟତୀତ, ଯୁବକଙ୍କ ବିରୋଧରେ ପୂର୍ବରୁ ଅନେକ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ମଧ୍ୟ ରହିଥିବା ସୂଚନା ।