32.1 C
Bhubaneswar
Saturday, October 19, 2024
Homeଅପରାଧଇନଷ୍ଟାଗ୍ରାମରେ ପ୍ରେମ ପରେ ବ୍ଲାକମେଲିଂ କରି ଛତିଶଗଡ଼ ଯୁବକ ଗିରଫ

ଇନଷ୍ଟାଗ୍ରାମରେ ପ୍ରେମ ପରେ ବ୍ଲାକମେଲିଂ କରି ଛତିଶଗଡ଼ ଯୁବକ ଗିରଫ

ଖଜୁରୀପଡ଼ା: ଇନଷ୍ଟାଗ୍ରାମ ପ୍ରେମ ହେଲା କାଳ । ପ୍ରେମ ପରେ ବ୍ଲାକମେଲିଂ ମାମଲାରେ ଛତିଶଗଡ଼ର ରାଇଘର ଜିଲ୍ଲା ପୁଂଜପଥର ଥାନା ଉଜ୍ଜ୍ୱଳପୁର ଗ୍ରାମର ଭଗବତୀ ଦୀପ ନାମକ ଜଣେ ଯୁବକଙ୍କୁ ଖଜୁରୀପଡ଼ା ପୁଲିସ ଗିରଫ କରିଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଖଜୁରୀପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ଝିଅ କରୋନା ସମୟରେ ମୋବାଇଲ ମାଧ୍ୟମରେ ଅନଲାଇନ ପାଠ ପଢୁଥିବାବେଳେ ଇନଷ୍ଟାଗ୍ରାମରେ ଛତିଶଗଡ଼ର ଉକ୍ତ ଯୁବକ କୌଣସି ପ୍ରକାରେ ତାଙ୍କୁ ଚତୁରତାର ସହ ଫସେଇବା ସହ ପ୍ରେମ ସମ୍ପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଗ୍ରାମକୁ ଆସି ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ନେଇ ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି ।

ବହୁଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହ ସମ୍ପର୍କ ପରେ ଶେଷରେ ବ୍ଲାକମେଲିଂ ଆରମ୍ଭ କରି ଟଙ୍କା ପଇସା ପଠେଇବାକୁ ବାଧ୍ୟ କରିବା ସହ ଟଙ୍କା ନଦେଲେ ସବୁ ଫଟୋ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । ଶେଷରେ ନାବାଳିକା ଜଣକ ବାଧ୍ୟହୋଇ ପରିବାରକୁ ସବୁକଥା କହିଥିଲା । ପରେ ଅଭିଯୁକ୍ତକୁ ଧରିବା ପାଇଁ ଯୋଜନା ଅନୁସାରେ ତାକୁ ଟଙ୍କା ଦେବାସହ ଭଲ ସମ୍ପର୍କ ରହୁ ବୋଲି କହି ନାବାଳିକା ଘରକୁ ଡକାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା କାରଣରୁ ପୁଲିସ ଅଭିଯୁକ୍ତ ଭଗବତୀ ଦୀପକୁ ତୁରନ୍ତ ଗିରଫ କରି ଥାନାକୁ ଆଣି ପ୍ରାଥମିକ ତଦନ୍ତ ସହ କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking