କଟକ: ଠକ ତାନ୍ତ୍ରିକ ମୌଲାନା କୈଫ ନାଁରେ ଆଉ ଏକ ମାମଲା ସାମ୍ନାକୁ ଆସୁଛି । କନ୍ଦରପୁର ସୋନପୁରର ଜଣେ ମହିଳାଙ୍କ ଅଭିଯୋଗରେ ମାମଲା କରାଯାଇଛି । ହୀରା ବ୍ୟବସାୟ ଓ ଚାକିରି କରାଇଦେବାକୁ ଟଙ୍କା ନେଇଥିଲା ଭଣ୍ଡ ବାବା । ତାନ୍ତ୍ରିକ ଜଣକ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।
କୈଫ ନାଁରେ କଟକ ସହରରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । କୋଲକାତାରେ ସେୟାର ମାର୍କେଟରେ କୈଫ ଲଗାଇଛି ୧୫ ଲକ୍ଷ ଟଙ୍କା । କୈଫିର ପରୁ ଏକାଧିକ ଫିକ୍ସଡ ଡିପୋଜିଟ ଓ ଆର୍ ଡି କାଗଜାତ ମଧ୍ୟ ଜବତ ହୋଇଥିବା ମିଳିଥିବା ସୂଚନାରୁ ଜଣାପଡିଛି ।
ଠକ ତାନ୍ତ୍ରିକ ଗିରଫ; ଘରୁ ଗୁପ୍ତଧନ ବାହାର କରିଦେବା ନାଁରେ ଲୋକଙ୍କୁ ଲୁଟୁଥିଲା