34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଛତୁମାନେ ପରସ୍ପର ସହିତ କଥା ହୋଇପାରନ୍ତି, ତାଙ୍କ ଅଭିଧାନରେ ରହିଛି ୫୦ଟି ଶବ୍ଦ

ଛତୁମାନେ ପରସ୍ପର ସହିତ କଥା ହୋଇପାରନ୍ତି, ତାଙ୍କ ଅଭିଧାନରେ ରହିଛି ୫୦ଟି ଶବ୍ଦ

ନୂଆଦିଲ୍ଲୀ: ଛତୁମାନେ ପରସ୍ପର ମଧ୍ୟରେ କଥା ହୋଇପାରନ୍ତି। ଏକଥା ବୈଜ୍ଞାନିକମାନେ ତାଙ୍କର ଏକ ରିସର୍ଚ୍ଚରୁ ଜାଣିପାରିଛନ୍ତି। ସବୁଠାରୁ ମଜାକଥା ହେଉଛି ଛତୁଙ୍କ ପାଖରେ କଥା ହେବା ପାଇଁ ୫୦ଟି ଶବ୍ଦ ତାଙ୍କ ଡିକ୍ସନାରି ରେ ରହିଛି, ଯାହାକି ବିଦ୍ୟୁତ ପ୍ରବାହ  ଭାବରେ ଚାଲିଥାଏ। ଗାଣିତିକ ବିଶ୍ଲେଷଣ କରିବା ପରେ ଜଣାପଡିଛି ଯେ, ଛତୁମାନେ ପରସ୍ପର ଭିତରେ ଖୁବ୍ ଭଲ ଭାବରେ କଥା ହୋଇପାରନ୍ତି। ଏହି ଛତୁ ଜଙ୍ଗଲରେ, ଅଳିଆ ଗଦା, ପୁରୁଣା ଗଛ କିମ୍ବା ମାଟିରେ ଉଠିଥାଏ ପଛେ ସବୁ ପ୍ରକାର ଛତୁ ପରସ୍ପର ଭିତରେ କଥା ହୋଇପାରନ୍ତି। ଏହାର ଯାଞ୍ଚ କରିବା ପାଇଁ ବ୍ରିଷ୍ଟଲ ସ୍ଥିତ ୟୁନିଭର୍ସିଟି ଅଫ୍ ଓ୍ବେଷ୍ଟ ଅଫ୍ ଇଂଲଣ୍ଡରେ ଥିବା କମ୍ପ୍ୟୁଟର ଲ୍ୟାବ୍‌ରେ ପ୍ରଫେସର, ଆଣ୍ଡ୍ରିୟୁ ଆଡାମାଟତଜି ଏକ ରିସର୍ଚ୍ଚ କରିଥିଲେ।

ଏଥିରୁ ଜଣାପଡିଥିଲା ଛତୁଙ୍କ ପାଖରୁ ବାହାରୁଥିବା ବିଦ୍ୟୁତ ପ୍ରବାହ ମଣିଷର କଥାବାର୍ତ୍ତା ଭଳି ହୋଇଥାଏ। ଯଦି ଏହି ଅଲଗା ଅଲଗା ଇଲେକ୍ଟ୍ରିକାଲ ଇମ୍ପଲସେସ୍‌କୁ ଶବ୍ଦରେ ବଦଳାଇ ଦିଆଯାଏ ତେବେ ପ୍ରାୟ ୫୦ଟି ଶବ୍ଦର ଉପଯୋଗ ସେମାନେ କଥା ହେବା ପାଇଁ କରିଥାନ୍ତି। ଛତୁ ମାଟି ଭିତରେ ଥିବା ନିଜର ଚେର ଅର୍ଥାତ ଲମ୍ବା ଫିଲାମେଣ୍ଟ ଯାହାକୁ ହାଇଫେ୍ (Hyphae) କୁହାଯାଏ। ଏହା ଜରିଆରେ ବିଦ୍ୟୁତ ପ୍ରବାହ ହୋଇଥାଏ। ଏହି ବିଜୁଳି ତରଙ୍ଗରେ ବାର୍ତ୍ତା ଲୁଚି ରହିଥାଏ, ଯାହକି ଅନ୍ୟ ଛତୁ ବୁଝିପାରିଥାଏ। ଏହାଠିକ୍ ସେଭଳି ଯେପରି ମଣିଷ ଶରୀରରେ ସ୍ନାୟୁ କୋଷ (Nerve Cells) କରିଥାଏ।

ଆପଣ ଭାବିବେ Electrical Impulses ଦ୍ବାରା  ମଣିଷର ଭାଷା ସହିତ କ’ଣ ସମ୍ପର୍କ ରହିଛି? ତାହା ଶବ୍ଦରେ କିଭଳି ପରିବର୍ତ୍ତନ କରିପାରେ? । ପ୍ରଫେସର ଆଣ୍ଡ୍ରିୟୁ ଫଙ୍ଗସର ଚାରି ପ୍ରଜାତି ଇନୋକି (Enoki), ସ୍ଲିଟ ଗିଲ୍‌ (Split Gill) ଘୋଷ୍ଟ (Ghost) ଓ କେଟରପିଲର ଫଙ୍ଗି (Caterpillar Fungi)ରୁ ବାହାରୁଥିବା ବିଜୁଳି ତରଙ୍ଗର ବିଶ୍ଲେଷଣ କରିଥିଲେ।  ପ୍ରଫେସର ଆଣ୍ଡ୍ରିୟୁ ହାଇଫେର ଜାଲ ଭିତରେ ଖୁବ୍ ସୁକ୍ଷ୍ମ ମାଇକ୍ରୋ ଇଲେକ୍ଟ୍ରୋଡ୍ସ ହାଇଫେର ମାଇସିଲିଆ ନାମକ ଅଙ୍ଗରେ ଲଗାଯାଇଥିଲା। ସେତେବେଳେ ଜଣାପଡିଥିଲା ଯେ, ଛତୁ ଓ ଫଙ୍ଗସ୍ ପରସ୍ପର ଭିତରେ କରେଣ୍ଟ ଜରିଆରେ ବାର୍ତ୍ତା ପ୍ରେରଣ କରନ୍ତି। ଏହାଛଡା ଅଲଗା ଅଲଗା ପରିସ୍ଥିତି ପାଇଁ ଭିନ୍ନ ଭିନ୍ନ କରେଣ୍ଟ ପ୍ରବାହ କୀରିଥାଏ। ପ୍ରତ୍ୟେକ ଫଙ୍ଗସ୍ ନିଜ ନିଜର କ୍ଲାସ, ଫ୍ୟାମିଲି ଓ ପ୍ରଜାତି ଅନୁସାରେ ବିଜୁଳି ପ୍ରବାହ ଦ୍ବରା ସଞ୍ଚାଳିତ ହୋଇଥାନ୍ତି। ଏହି ଷ୍ଟଡି ରୟାଲ ସୋସାଇଟି ଓପନ ସାଇନ୍ସରେରେ ପ୍ରକାଶିତ ହୋଇଛି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking