କଟକ : ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ କି ପୁଲିସ ପାଇଁ ୧୦୦ ନମ୍ବରକୁ ଡାଏଲ କରିବା ପରିବର୍ତ୍ତେ କେବଳ ୧୧୨କୁ ଡାଏଲ୍ କରିବାକୁ ପଡ଼ିବ । ଏହି ଗୋଟିଏ ନମ୍ବରରେ ଅଗ୍ନିଶମ ଓ ପୁଲିସ ସେବା ମିଳିପାରିବ । ଏବେ ୧୦୦ ଓ ୧୦୧ ନମ୍ବର ୧୧୨ ସହିତ ଏକୀଭୂତ କରାଯାଇଛି । ଅର୍ଥାତ୍ ଗୋଟିଏ ନମ୍ବର ଡାଏଲ୍ କଲେ ଜରୁରିକାଳୀନ ସେବା ମିଳିପାରିବ । ଅଗ୍ନିଶମ ସେବା ସହ ଜଡ଼ିତ ସମସ୍ତ ଜରୁରିକାଳୀନ ଆବଶ୍ୟକତା ପାଇଁ ଓଡ଼ିଶାର ନାଗରିକମାନେ କେବଳ ଗୋଟିଏ ନମ୍ବର ୧୧୨ ଡାଏଲ୍ କରିପାରିବେ । ଏହା ବିଶେଷକରି ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସହାୟକ ହୋଇପାରିବ ।
ଏହି ସଂଖ୍ୟା ଜରୁରୀ ସେବା, ସମସ୍ତଙ୍କ ସୁରକ୍ଷା, ସମ୍ମାନ ଏବଂ କଲ୍ୟାଣ ପାଇଁ ତ୍ୱରିତ କାର୍ଯ୍ୟ କରିବ । ଡାଏଲ୍ -୧୨୨ର ପ୍ରବର୍ତ୍ତନ ସହିତ ପୁଲିସ୍ -୧୦୦ ଏବଂ ଫାୟାର୍ -୧୦୧ ଭଳି ପୂର୍ବ ଜରୁରିକାଳୀନ ନମ୍ବରଗଡ଼ିକ ୟୁନିଫାଏଡ୍ ଟୋଲ୍ ଫ୍ରି ନମ୍ବର ୧୧୨ରେ ସଂଯୁକ୍ତ ହୋଇଛି । ଲୋକମାନେ ୧୧୨ ଇଣ୍ଡିଆ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ୍ କରିପାରିବେ ଏବଂ ଯେ କୌଣସି ଅସୁବିଧା ସମୟରେ ୧୧୨ ନମ୍ବରର ସୁବିଧା ନେଇପାରିବେ । ନିଜ ଅଞ୍ଚଳରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ୧୧୨ ସ୍ୱେଚ୍ଛାସେବୀ ଭାବରେ ମଧ୍ୟ ପଞ୍ଜୀକୃତ କରିପାରିବେ । ୧୦୦ ଏବଂ ୧୦୧ ପରିବର୍ତ୍ତେ ୧୧୨ ଡାଏଲ କରିବାକୁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି ।