ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ପୁଣିଥରେ ବିଗିଡିବା ଆରମ୍ଭ କରିଛି । ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡିଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି । ତେବେ ଏହି ବୈଠକ ପରେ ସମସ୍ତ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।
ଆସୁଥିବା କୋଭିଡ ଲହର ପରିସ୍ଥିତିରେ ପୂର୍ବଭଳି ସତର୍କତା ଏବଂ ସଚେତନତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି ।
ରାଜ୍ୟବାସୀଙ୍କୁ କରୋନାର ସମସ୍ତ ନିୟମ ମାନି ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ସହ ସାମାଜିକ ଦୂରତା ରକ୍ଷା କରିବା ଭଳି ସମସ୍ତ କଟକଣାକୁ ପୁଣିଥରେ ମନେ ପକାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ କୌଣସି ଲକ୍ଷଣ ଦେଖିଲେ ନିଜକୁ ଆଇସୋଲେଟ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଟୀକା ଗ୍ରହଣ କରି ନଥିବା ଲୋକମାନଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେବା ସହ ଅଯଥା ଗହଳି ନ କରିବା ପାଇଁ କୁହାଯାଇଛି ।
ସେପଟେ ହସ୍ପିଟାଲଗୁଡିକୁ ମଧ୍ୟ ପସ୍ତୁତ ରହିବା ପାଇଁ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଲହରକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏବେ ଜାରି ରହିଥିବା ଟେଷ୍ଟିଂ ଆଗକୁ ଚାଲୁ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।