27.1 C
Bhubaneswar
Sunday, June 29, 2025
Homeକରୋନାପ୍ରିକସନ୍ ଡୋଜର ସମୟସୀମା ହ୍ରାସ କଲେ କେନ୍ଦ୍ର ସରକାର

ପ୍ରିକସନ୍ ଡୋଜର ସମୟସୀମା ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ୍ ପ୍ରିକସନ୍ ଡୋଜର ସମୟସୀମା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସମସ୍ତେ ୯ ମାସ ବଦଳରେ ୬ ମାସରେ ଟିକା ନେଇପାରିବେ । ଏନଟିଏଜିଆଇର ଷ୍ଟାଣ୍ଡିଂ ଟେକ୍ନିକାଲ ସବ-କମିଟି (ଏସଟିଏସସି) ପକ୍ଷରୁ ଗତ ମାସରେ ଏହି ସମୟସୀମା ହ୍ରାସ ନେଇ ସୁପାରିଶ କରାଯାଇଥିଲା । ତେବେ ଉକ୍ତ ସୁପାରିଶ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ ଦ୍ୱାରା ଅନୁମୋଦନ ଲାଭ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଣିକି ୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ବର୍ଗର ବ୍ୟକ୍ତି ପ୍ରିକସନ ଡୋଜ୍ ନେଇପାରିବେ । ଘରୋଇ ଭ୍ୟାକ୍ସିନ ସେଣ୍ଟରରେ ଦ୍ୱିତୀୟ ଡୋଜ୍ ଟିକା ନେବାର ଛଅ ମାସ କିମ୍ବା ୨୬ ସପ୍ତାହ ପରେ ଉପଭୋକ୍ତାମାନେ ପ୍ରିକସନ ଡୋଜ୍ ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କମାନେ ସରକାରୀ ଭ୍ୟାକ୍ସିନ ସେଣ୍ଟରରେ ମାଗଣାରେ ଟିକା ନେଇ ପାରିବେ । ପୂର୍ବରୁ ବିଦେଶ ଯାତ୍ରା କରୁଥିବା ଲୋକମାନେ ୯ ମାସ ପରେ ଟିକା ନେଇପାରିବେ ବୋଲି ନିୟମ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking