26.1 C
Bhubaneswar
Friday, July 4, 2025
Homeଓଡିଶାକେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଆରଟିଆଇରେ ମିଳିଲା ସାଂଘାତିକ ସୂଚନା, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...

କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଆରଟିଆଇରେ ମିଳିଲା ସାଂଘାତିକ ସୂଚନା, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇନି ଆବେଦନ ଓ ପ୍ରସ୍ତାବ

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର କିମ୍ବା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଛି ଆବେଦନ କିମ୍ବା ଚିଠି ଦେଣ ନେଣ କେନ୍ଦ୍ରସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହ ହୋଇନି ଏଭଳି ସାଂଘାତିକ ସୂଚନା ଆରଟିଆଇରେ ମିଳିଛି। ମାନବାଧିକାର ଓ ଆରଟିଆଇ କର୍ମୀ ଅନୁପ ପାତ୍ର ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିବା ପରେ ଜଣା ପଡ଼ିଛି।

ସୂଚନା ଅଧିକାରରେ ମାଗିଥିବା ତଥ୍ୟରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଉ‌ଲ୍ଲେଖ ରହିଛି। ତେବେ ରାଜ୍ୟସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ ଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଆବେଦନ କିମ୍ବା ଚିଠି କେନ୍ଦ୍ର ସରକାରଙ୍କୁ ଯାଇ ନାହିଁ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସହାୟକ ଆୟୁକ୍ତ ଏବଂ କେନ୍ଦ୍ରୀୟ ଜନସୂଚନା ଅଧିକାରୀ ପୁଷ୍ପେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏପରିକି ଏ ନେଇ ବି କିଛି ଚିଠି ଦେଣ ନେଣ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କରି ନଥିବା ଜଣା ପଡ଼ିଛି। ନୂଆ‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନିରନ୍ତର ଓଏବଂ ବିଭିନ୍ନ ପ୍ରକ୍ରିୟାରେ ଯାଂଚ ଆଦି କରାଯିବା ପରେ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking