25.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶକେନ୍ଦ୍ର-ଦିଲ୍ଲୀ ସରକାର କ୍ଷମତା କନ୍ଦଳ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

କେନ୍ଦ୍ର-ଦିଲ୍ଲୀ ସରକାର କ୍ଷମତା କନ୍ଦଳ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : କ୍ଷମତା ଆବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ରକରି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଗୁରୁବାର ରାୟକୁ ସଂରକ୍ଷିତ ରଖିଛନ୍ତି । ସୂଚନାଯୋଗ୍ୟ ଦୀର୍ଘଦିନ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ମଧ୍ୟରେ କ୍ଷମତା ପ୍ରୟୋଗକୁ ନେଇ ବିବାଦ ଚାଲିଛି । ଉପରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧି ହୋଇଥିବାରୁ ରାଜ୍ୟ ସରକାରଙ୍କ ଉପରେ ଅଯଥାରେ ହାକିମାତି ଦେଖାଉଛନ୍ତି ବୋଲି କେଜ୍ରିୱାଲ ସରକାର ଅଭିଯୋଗ ଆଣିବା ସହ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଦାଏର କରିଥିଲେ ।

କେନ୍ଦ୍ରରେ ବିଜେପି କ୍ଷମତାସୀନ ଥିବାବେଳେ ଦିଲ୍ଲୀରେ ଆପ୍ ରାଜୁତି କରୁଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାରଙ୍କ ପକ୍ଷଛେଦନ କରିବାକୁ କେନ୍ଦ୍ର ସରକାର ସବୁପ୍ରକାର ଚାଲ୍ ଚଳାଇଛନ୍ତି ବୋଲି ଆପ୍ ପକ୍ଷରୁ ଅଭିଯୋଗ ହୋଇଛି । ମାମଲାର ଶୁଣାଣି ସୁପ୍ରିମକୋର୍ଟର ବୃହତ୍ତର ସାମ୍ବିଧାନିକ ପୀଠରେ କରାଯାଉ ବୋଲି କେନ୍ଦ୍ର ସରକାର ଇତିମଧ୍ୟରେ ଦାବି କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଏଭଳି ଦାବିକୁ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ ବିରୋଧ କରିଛନ୍ତି ।

ଥରେ ସାମ୍ବିଧାନିକ ପୀଠ ଶୁଣାଣି କରିସାରିଥିବାବେଳେ ଏହାକୁ ବୃହତ୍ତର ସାମ୍ବିଧାନିକ ପୀଠକୁ ପଠାଇବା ପ୍ରସ୍ତାବ ଅଯୁକ୍ତିକର ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାର ଗତବର୍ଷ ଜିଏନ୍‌ସିଟିଡି ଆଇନରେ ୪ଟି ସଂଶୋଧନ କରି ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେଇଥିବାରୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking