27.1 C
Bhubaneswar
Wednesday, June 26, 2024
Homeଓଡିଶାବ୍ୟାସନଗର ଇନରହୁଇଲ ପକ୍ଷରୁ ୩ ଦିନ ଧରି ରଜଉତ୍ସବ ପାଳନ

ବ୍ୟାସନଗର ଇନରହୁଇଲ ପକ୍ଷରୁ ୩ ଦିନ ଧରି ରଜଉତ୍ସବ ପାଳନ

ଯାଜପୁର : ଆଜି ଶେଷ ରଜ l ବାଧକ ସାଜିଛି ଟାଣ ଖରା ସାଙ୍ଗକୁ ବିଦ୍ୟୁତ୍ ବିଭ୍ରାଟ ଗତ କାଲି ରାତ୍ର ରେ କାଳ ବୈଶାଖୀ ହେବା ଫଳ ରେ 18ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ତଥାପି ରାଜ ମୋହସ୍ଚବ ମlହଲ ଜାରି ରହିଛି ଗାଁ ଦାଣ୍ଡ ରେ ତାହlସ ପସା ଖେଳ ଜାରି ରହିଚି ସହର ଓ ଛକ ମାନଙ୍କ ରେ ଖାଁ ଖାଁ ଲାଗୁଛି ରଜ ଉତ୍ସଵ କୁ ଆଧୁନିକ ଢାଞ୍ଚା ରେ କରାଯାଉଛି l ରାଜ ଗୀତ ବଦଳ ରେ ଆଧୁନିକ ସଙ୍ଗିତ ସଙ୍ଗ କୁ ନାଚ ଗୀତ ରେ ସହର ପଲ୍ଲୀ ରେ ପୁରାତନ ପରମ୍ପରା କୁ ଆଧୁନିକ ଡ଼ାଞ୍ଚା ପାଳନ କାରା ଯାଉଚି l ଏହା ର ଦୃଷ୍ଟାନ୍ତ ଦେଖି ବାକୁ ମିଳିଚି ଯାଜପୁର ସହର ର ସାପଗାଡ଼ିଆ ସ୍ଥିତ ଶ୍ରମିକ କାର୍ଯ୍ୟାଳୟ ଠାରେ ବ୍ୟାସନଗର ଇନରହୁଇଲ କ୍ଲବ ପକ୍ଷରୁ ଏହାର ସଭାନେତ୍ରି ଅନୁପମା ଜେନା ସାଧାରଣ ସମ୍ପାଦକ ସସ୍ମିତା ସ୍ୱାଇଁ ଙ୍କ ତତ୍ଵାବେବଧାନରେ ୩ ଦିନ ଧରି ରଜଉତ୍ସବ ପାଳନ କରାଯାଇଥିଲା l ପ୍ରଥମ ଦିନରେ ଏହି ଉତ୍ସବ କୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ମହାନ୍ତି ଉଦଘାଟନ କରିଥିଲେ l ସେହିଦିନ କ୍ଲବ ର ସଭ୍ୟାମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରି ଆଣିବା ସହିତ ସେଠାରେ ଅଂଶଗ୍ରହଣ କରିଥିବା ସମସ୍ତ ମହିଳା ଓ ବ୍ୟତି ବିଶେଷ ଙ୍କୁ ପାନ ବଣ୍ଟନ କରିଥିଲେ.ସେଠାରେ ଆୟୋଜିତ ଦୋଳି ଖେଳ ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପରା ତଥା ଆଜିର ଦିନରେ ଏହି ପର୍ବ ର ଇତିହାସ ଉପରେ ବକ୍ତା ମାନେ ଆଲୋକ ପାତ କରିଥିଲେ. ଏହି ରଜ ସମାରୋହ ରେ ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ବରିଷ୍ଟ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ପବିତ୍ର ରଞ୍ଜନ ମହାନ୍ତି ଶ୍ରୀମତୀ ଅନୁପମା ପଟ୍ଟନାୟକ ବିଶ୍ୱଜିତା ରଥ ମିନତୀ ମହାନ୍ତି ନିହାରିକା ରଥ ପ୍ରମୁଖ ଏହାର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେl ଶେଷ ଦିନରେ ରଜ ଗୀତ ଗାଈବା ସହିତ ବ୍ୟାସନଗର ର ଇତିହାସ କୁ ଭୁୟସି ପ୍ରଶଂସା କରିଥିଲେl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking