ଭୁବନେଶ୍ୱର : ଆଜି ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in and results.cbse.nic.in ରେ ରେଜଲ୍ଟ ଚେକ୍ କରିପାରିବେ। ଛାତ୍ରଛାତ୍ରୀମାନେ ଏହି ୱେବ୍ସାଇଟ୍ରୁ ସେମାନଙ୍କର ସ୍କୋର୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଠିକ୍ ସମୟରେ ସିବିଏସ୍ଇ ବୋର୍ଡ ପରୀକ୍ଷା ରେଜଲ୍ଟ ବାହାରିବ ବୋଲି ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ତେବେ ଦେଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ବାହାରିଛି । ସିବିଏସଇ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତ ଥିବା ଜଣାପଡିଛି । ଏହା ସହ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି ।
ସୂଚନାଥାଉ କି, ୧୪,୫୪,୩୭୦ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।